ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସୋମବାର ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ନିମନ୍ତେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଉପସ୍ଥିତ ରହି ୧୪୬ଟିର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ତ୍ୱରିତ ଭାବେ ୬ଟି ଅଭିଯୋଗର ଫଇସଲା ହୋଇଛି । ଏଥି ସହ ଚାରି ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ ଓ ତିନିଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିଲା । ଗ୍ରହଣ କରାଯାଇଥିବା ଆବେଦନ ଗୁଡିକର ଶୁଣାଣି କରି ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ସୀତାଂଶୁ ଶେଖର ଶତପଥୀ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ତହସିଲଦାର ଅବିନାଶ ମହାର, ବି.ଡି.ଓ ପୂର୍ଣଚନ୍ଦ୍ର ପାଢ଼ୀ, ଏନଏସି ଇଓ ମୁରଲୀ କୃଷ୍ଣ ପଣ୍ଡା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କ ସମେତ ପ୍ରତ୍ୟେକ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।