ଶ୍ୟାମଳାୟୀ ପୀଠରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ସହର ଉପଖଣ୍ଡ ନୂଆ ବୁରୁପଡ଼ାରେ ଶକ୍ତିପୀଠ ମା ଶ୍ୟାମଳାୟୀ ପୀଠରେ ଚୈତ୍ର ପର୍ବ ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଭୋର ସମୟରୁ ମାଁଙ୍କ ନିତିକାନ୍ତି ସହିତ ପୂଜାର୍ଚ୍ଚନା ହୋଇଥିଲା । ମାଙ୍କ କୃପାଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମନ୍ଦିର ପାର୍ଶ୍ଵରେ ମାନସିକ କରିଥିବା ନିଜ ନିଜ ଶିଶୁର ମଣ୍ଡନ ମଧ୍ଯ କରାଯାଉଛି । ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଙ୍କ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ସୋମବାର ରାତିରୁ ଆସି ରହିଥିବା ବେଳେ  ସୁରକ୍ଷା ପାଇଁ ହିଞ୍ଜିଳି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।