ମହଙ୍ଗା ପଡିଲା ଗଞ୍ଜେଇ ଚାଷ: ବିକ୍ରି ପୁର୍ବରୁ ମାଡ଼ି ବସିଲା ପୁଲିସ, ୨୫୫୫ କେଜି ଜବତ୍….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା  । ଗଞ୍ଜେଇ ଅମଳ ପରେ ବାହାରକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରି ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫କେଜି ଗଞ୍ଜେଇକୁ ପୁଲିସ ସୋମବାର ଦିନ ଜବତ କରି ଥାନାକୁ ଆଣିଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ପୁଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି। ସୂଚନା ଅନୁଯାୟୀ , କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ଥାନା ପୋଲିସ କୁମ୍ଭାରୀଗାଁ ପଞ୍ଚାୟତର ପାଡିକିଆ ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉ କରିଥିଲା  ଜଙ୍ଗଲ ଭିତରେ ଗଞ୍ଜେଇ ଭର୍ତ୍ତି ବସ୍ତା ରହିଥିବା ଦେଖି ତାହାକୁ ଜବତ କରି ଥାନାକୁ ଆଣିଥିଲା । ମାଜିଷ୍ଟ୍ରେଟ ତଥା ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରି ଥାନା କେଶ ନଂ ୨୭/୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ସୂଚନା ପ୍ରଦାନ କରିଛନ୍ତି ।