ଶିବ ଯାତ୍ରା ଦେଖି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର…..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଲ ଜିଲ୍ଲାର ସମସ୍ତ ଶୈବପୀଠରେ ଜାକ ଜକମରେ ଶିବରାତ୍ରି ପାଳନ ହେଉଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ଅବସ୍ଥିତ ଶୈବପୀଠରେ ମଧ୍ୟ ପାଳନ ହୋଇଥିଲା l ଶିବରାତ୍ରି ଏବଂ ରାତ୍ରିକାଳୀନ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା । ଶିବଙ୍କୁ ଦର୍ଶନ ଏବଂ ରାତିରେ ଯାତ୍ରା ଦେଖା ସରିବା ପରେ ବେଲଘର ପଞ୍ଚାୟତର କୁସୁମୁଣ୍ଡା ଓ ଆଖପାଖ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଶିଶୁ, ବୃଦ୍ଧାବୃଦ୍ଧ, ମହିଳା ପୁରୁଷ ଏକ ଟ୍ରାକ୍ଟରେ ଜାଗର ଯାତ୍ରା ଦେଖି ଯାଇଥିଲେ । ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ କରୁଣା ବିନ୍ଧାଣି (୩୨) ଶିକାକି ଗ୍ରାମର ଯୁବକଙ୍କ ମୃତ୍ୟୁ ଘଟି ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଅଣା ଯାଇ ଥିଲା । ଖବର ପାଇ ଘଟଣାସ୍ଥଳରେ ବେଲଘର ଗ୍ରାମବାସୀ ଏବଂ ବେଲଘର ପୁଲିସ ପହଞ୍ଚି ଟ୍ରାକ୍ଟର ଏବଂ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ବେଲଘର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତୁମୁଡିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଥିଲା । ଏଭଳି ଟ୍ରାକ୍ଟରରେ ବିପସଙ୍କୁଳ ଭାବେ ଯିବା ଆସିବା କରିବା ସମୟରେ ପୁଲିସ କାହିଁକି ବାରଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆଞ୍ଚଳରେ ଗତ ବର୍ଷ ମଧ୍ୟ୍ୟ ଏହିଭଳି ଯାତ୍ରା ଦେଖି ଫେରୁଥିବା ସମୟରେ ମଧ୍ୟ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିଲେ ।