ସାଇବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ନିକଟସ୍ଥ ଚାରିଛକ ସ୍ଥିତ ଶ୍ରୀ ଶାଇ ବିହାର ଠାରେ ସମାଜ ସେବୀ ସୁନିଲ କୁମାର ଚୌଧୁରୀଙ୍କ ଦ୍ଵାରା ଶିରିଡ଼ି ସାଇବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରିଛି । ଏହି ଅବସରରେ ପ୍ରଭାତରୁ ଜଳାଧି ବାସ, ସଂକଳ୍ପ, ନାମ ସଙ୍କୀର୍ତ୍ତନ ପରେ ବ୍ରାହ୍ମଣମାନଙ୍କ ଦ୍ଵାରା ବେଦ ମନ୍ତ୍ର ଉଚ୍ଚାରଣ କରି ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ହୋମ ପରେ ପୂର୍ଣ୍ଣାହୁତି କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ଉପସ୍ଥିତ ରହିଥିଲେ ।