ଟୀକାବାଲି ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ତହସିଦାର ନର୍ମଦା ନାୟକଙ୍କ ଉପସ୍ଥିତିରେ ଟିକାବାଲି ପୁଲିସ ଏସ୍‌ଆଇ ରବୀନ୍ଦ୍ର ହେମ୍ରମ୍ ଏବଂ ଅବନୀ କୁମାର ପ୍ରଧାନ ସମେତ ଅନେକ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଜି ର୍ଗାର୍ଡ଼ିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କଟଡି, ଗିରୁଡି ଗ୍ରାମର ବିଭିନ୍ନ ଜଙ୍ଗଲ ପରିସରର ଲାଗିଥିବା ୯୨ ଏକରରେ ଲାଗି ଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବର୍ତ୍ତମାନ ହଜାର ଗଞ୍ଜେଇ ଗଛ ନଷ୍ଟ କରି ପ୍ରଶାସନ ଗଞ୍ଜେଇ ମୁକ୍ତ ଅଞ୍ଚଳ କରିବା ପ୍ରକ୍ରିୟାକୁ ଜାହିର ରଖିଛି । ତେଣୁ ଟିକାବାଲି ପୁଲିସ ଦୀର୍ଘ ଦିନ ଧରି ପ୍ରତି ଗ୍ରାମପଞ୍ଚାୟତକୁ କୁମ୍ବିଙ୍ଗ ଅପରେସନ ମାଧ୍ୟ୍ୟମରେ ଲଗାତାର ଏହି କାର୍ଯ୍ୟକ୍ରମ କରୁଥିବା ଜଣାପଡିଛି l କାରଣ ପ୍ରଶାସନ ବିଗତ ଦିନରେ ସମସ୍ତ ଗ୍ରାମ ପଞ୍ଚାୟତ ଜନସାଧାରଣଙ୍କୁ ଏକାଠି କରି ଗଞ୍ଜଇ ଚାଷରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିଥିଲା I ଗଞ୍ଜେଇ ଚାଷ ବଦଳରେ ବିଭିନ୍ନ ପ୍ରକାର ଲାଭଦାୟକ ଫସଲ ଯଥା ମାଛ ଚାଷ, ପରିବା ଚାଷ, ମଟର ଚାଷ, ଶୋରିଷ ଚାଷ, ଫୁଲ ଚାଷ କରି ଜୀବିକା ନିର୍ବାହ କରିବା ପାଇଁ ମାଗଣା ଓ ନିହାତି ଦରରେ ବିହନ ମଧ୍ୟ ଯୋଗାଇ ଦେବା ପାଇଁ ପ୍ରରୀଶ୍ରୁତି ମଧ୍ୟ ଦେଇ ଥିଲା l ତଥାପି ଅଂଚଳ ବାସୀ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ରହି ଥିଲେ l ଆଜିର ଘଟଣାକୁ ନେଇ ଟିକାବାଲି ପୁଲିସ କେସନଂ ୧୧ ଅଣ୍ଡର ସେକ୍ସନ୍‌(୨୦) ( ୧) ଆକ୍ଟରେ  ମମଲା ରୁଗୁ କରିଥିବା ଅବନୀ ପ୍ରଧାନ ସୂଚନା ଦେଇଛନ୍ତି l