ଜଳିଗଲା କ୍ରିଷ୍ଣା ବସ..

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ 11 ନୁମ୍ବର ୱାର୍ଡର ପଣସପଡି ଠାରେ ରାତି 9 ଟା ସମୟରେ ହୁ ହୁ ହୋଇ ଜଳିଗଲା କ୍ରିଷ୍ଣା ବସ୍ l ଅଗ୍ନିଶମ ବାହିନୀ ପହଞ୍ଚି ଲିଭାଇଲେ ନିଆଁ ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ପଣସ ପଡ଼ି ବନ୍ଧ ପାଖରେ । ସୁଚନା ମୁତାବକ ବସ୍ ଟି ଦୀର୍ଘ ଦିନ ହେଲା ପଡ଼ି ରହିଥିଲା l ପୂର୍ବରୁ ଏହି ମାଲିକଙ୍କ ଆଉ ଗୋଟିଏ ବସ୍ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଘର ପାଖରେ ଥିଲା ତାକୁ ମଧ୍ଯ ଜାଳି ଦେଇଥିଲେ । ଏମିତି ଗୋଟିଏ ମାଲିକର ଦୁଇଟି ବସ୍ ଜାଳି ଦେଲେଣି ଏହାକୁ ବାଲିଗୁଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ଜଣାପଡ଼ିଛି ।