ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରଜତ ଜୟନ୍ତୀ ୨୦୨୫ ପାଳିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ସକାଳ ଦଶଟା ଠାରୁ ରଜତ ଜୟନ୍ତୀ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀଜୀ ସତ୍ୟାନନ୍ଦଗିରି ମହାରାଜ, ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖ୍ୟ ବକ୍ତା ଭାବେ ସୁଦର୍ଶନ ଦାସ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଗୌତମୀ ଦଳାଇ , ସ୍ଥାନୀୟ ପ୍ରଧାନ ଆଚାର୍ଯ୍ୟ ଉଦୟନାଥ ସାହୁ, ସଭପତି ରାମ ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଆଶାଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚସ୍ଥ ହୋଇ ଏହି ରଜତ ଦିବସ ପାଳନକୁ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଏହି ବିଦ୍ୟାଳୟର ସ୍ଥାପନା ଆଉ ନିଜର ସଫଳତା ବିଷୟରେ ନିଜ ନିଜର ବିଚାର ରଖିଥିଲେ । ଏହି ପରୀପ୍ରେକ୍ଷୀରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ବିଦ୍ୟାର୍ଥୀମାନେ ନିଜ ନିଜର କଳା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୂମା ପରିଚାଳନା କରିଥିଲେ ।