ରାମଗିରି ଠାରେ ନୂତନ ବ୍ଲକ ଗଠନ କରିବା ପାଇଁ,୨ୟ ସାଧାରଣ ବୈଠକ…

ରା.ଉଦୟଗିରି(ଆକାଶ ଦାସ): ଗତ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଘୋଷଣାପରେ ନୂତନ ବ୍ଲକ ଗଠନ ସୁଯୋଗ କଥା ଜାଣିବା ଦିନଠୁ, ପ୍ରତି ବ୍ଲକ ଗୁଡିକ ଖୁବ ଚଳଚଞ୍ଚଳ ହେବା ସହ ଲୋକଙ୍କ ସ୍ଥାନେ ସ୍ଥାନେ ବୈଠକ ଓ ଆଲୋଚନା ଜାରିରହିଛ । ସେଇ ପରିପେକ୍ଷୀରେ ରା ଉଦୟଗିରି ବ୍ଲକରୁ ପୃଥକ ହୋଇ, ରାମଗିରି ବ୍ଲକର ନୂତନ ଗଠନ ଲାଗି ଗତ ଜାନୁୟାରୀ ୧୨ ତାରିଖରେ ଅଞ୍ଚଳର ୧୧ ଗୋଟି ପଞ୍ଚାୟତର ପ୍ରାୟ ୧୫୦ ଲୋକଙ୍କୁ ନେଇ ଗୋଟିଏ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏ ଖବର ପ୍ରସାରିତ ହେବାପରେ ଅଞ୍ଚଳରୁ ବିଶାଳ ସଂଖ୍ୟାରେ ଜନ ସାଧାରଣ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ପୂର୍ବ ବୈଠକରେ ନିର୍ବାଚିତ କମିଟି ଦ୍ବାରା ଏକ ଜନ ସଭା ରାମଗିରି ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିଲା । ଯେଉଁ ଥିରେ ଆଞ୍ଚଳର ସମସ୍ତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ସମର୍ଥନ ସହ ସହଯୋଗ ଲାଗି ପ୍ରତିବଦ୍ଧ ଥିବା ପ୍ରକାଶ କରିଥିଲେ । ୧୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ,ଜିଲ୍ଲାପରିଷଦ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଓ୍ବାର୍ଡ ସଭ୍ୟମାନଙ୍କର ମଧ୍ୟ ମତାମତ ପ୍ରକାଶ ପାଇଛି । ଏହି କ୍ରମରେ ରା ଉଦୟଗିରି ବ୍ଲକର ୯ ଗୋଟି ପଞ୍ଚାୟତ, ନୂଆଗଡ ବ୍ଲକର ୨ ଟି ପଞ୍ଚାୟତ ଓ ରାୟଗଡର ଗୋଟିଏ ପଞ୍ଚାୟତର ୭୦୦ରୁ ଉର୍ଦ୍ଧ ଜନସାଧାରଣଙ୍କ ଯୋଗ ଦେଇଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ସଜାଗ ଥିବା ଦେଖିବାକୁ ମିଳିଛ ।