ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ତୁଷାର ପାତ: ଜନଜୀବନ ଅସ୍ତ ବ୍ୟସ୍ତ, ଅଂଚଳ ବାସୀଙ୍କ ପାଇଁ ନିଆଁ ହୋଇଛି ସାହାରା…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଡାର୍ଜିଲିଙ୍ଗ ଘୁ. ଉଦୟଗିରିରେ ତୁଷାର ପାତ ହୋଇଛି l ରାଜ୍ଯର ଶୀତଳତମ ସହର ଘୁ.ଉଦୟଗିରି ପ୍ରଥମ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ । ଯାହାରି ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଅଂଚଳ ବାସୀ ନିଆଁର ସାହାରା ନେବା ସହ ସଞ୍ଜ ହେଉଣୁ ଟାଟି କବାଟ ପଡ଼ୁ ଥିବା ଦେଖା ଦେଇଛି l ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକଡ କରାଯାଇଛି । ଗ୍ରାମାଞ୍ଚଳରେ ସହରାଞ୍ଚଳ ଅପେକ୍ଷା ପ୍ରବଳ ଥଣ୍ଡା ସହ ଜାଡ଼ରେ ଅନୁଭୂତ ହେଉଛି । ଆଜି ଦିନ ସାରା ପ୍ରବଳ ଥଣ୍ଡା ଅନୁଭୂତ ହୋଇ ଥିବା ଅଂଚଳ ବାସୀ କହିଛନ୍ତି l ଅସହ୍ୟ ଶୀତ ଯୋଗୁଁ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଗ୍ରାମାଞ୍ଚଳ ସହ ସହରର ବିଭିନ୍ନ ସ୍ଥାନରେ ଅର୍ଥାତ ଲଏରେଜୁ, ମୁକୁଲିଙ୍ଗିଆ, ଡଡାପାଡ଼ା, ତୁମୁସିଙ୍ଗିଆ, ମୁକୁଲିଙ୍ଗିଆ, ରିତୁଡ଼ି, କୁର୍ମିଙ୍ଗିଆ, ସିପାଏଜୁ, ଗୁଡରି ପଡ଼ି, ଶ୍ରୀରାମ ପଦା ଇତ୍ୟାଦି ଅଂଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଘୁ.ଉଦୟଗିରି ଏକ ଶୀତ ଅନୁଭୂତ ହେଉ ଥିବା ଅଂଚଳ l ଯାହା ପାଇଁ ଏହି ପରିବେଶକୁ ଅନୁକୂଳ ଭାବି ବ୍ରିଟିଶ ମିଶନାରୀମାନେ ମଧ୍ୟ ଗୁଡରି ପଡ଼ିରେ ବସତି ସ୍ଥାପନ କରି ଥିଲେ l କିନ୍ତୁ ଏହା ଲୋକଲୋଚନକୁ ଆସିନ ଥିଲା l କିନ୍ତୁ ତିନି ବର୍ଷ ହେବ ଆଇଏମଡି ଦ୍ୱାରା ତାପମାତ୍ରକୁ ପ୍ରକାଶ କାରାଯାଉ ଥିବାରୁ ଘୁ.ଉଦୟଗିରିକୁ ବର୍ତ୍ତମାନ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି l ଦୀର୍ଘ ବର୍ଷ ହେଲାଣି ରାଜ୍ୟର ସବୁଠାରୁ କମ ତାପମାତ୍ରା ସହ ଅତ୍ୟଧିକ ଶୀତ ଥଣ୍ଡା ଅନୁଭୂତ ହେଉ ଥିବା ସହର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦ୍ୱାରା ଘୁ.ଉଦୟଗିରିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବିଭିନ୍ନ ପର୍ୟଟନସ୍ଥଳିରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁଛି l କିନ୍ତୁ ପ୍ରଶାସନ ତରଫରୁ ଏଠାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ହେଉଛି ନା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କୌଣସି ମହୋତ୍ସବର ଆୟୋଜନ ହେଉଛି । ପ୍ରଶାସନ ତରଫରୁ ରାଜ୍ୟର ସବୁଠାରୁ କମ ତାପମାତ୍ରା ରହୁଥିବା ଥଣ୍ଡାର ଅଞ୍ଚଳ ପ୍ରତି ଦୃଷ୍ଟି ପଡୁ ନ ଥିବା ଦୁର୍ଭାଗ୍ୟର ବିଷୟ କହିଛନ୍ତି ବୁଦ୍ଧିଜିବୀ । ତେଣୁ ରାଜ୍ଯର ଶୀତଳତମ ସହର ଭାବେ ଘୁ.ଉଦୟଗିରିରେ ଥିବା ପଯ୍ଯଟନସ୍ଥଳୀଗୁଡ଼ିର ବିକାଶ ସହ ବିଭିନ୍ନ ମହୋତ୍ସବର ଆୟୋଜନ ହୋଇ ପାରିଲେ ଆର୍ଥିକ ବିକାଶ ହୋଇ ପାରିବ ବୋଲି ସ୍ଥାନୀୟ ବାସିନ୍ଧା ମତବ୍ୟକ୍ତ କରିଛନ୍ତି l ତୁଷାର ପାତ ସମ୍ପରରେ ଦମ୍ବୁରୁଧର ଦିଗାଳ, ରାମ ନାୟକ, ସହଦେଵ ନାୟକ, କୁତୁଲା କହଁର ନାମକ କିଛି ଅଂଚଳ ବାସୀଙ୍କୁ ତୁଷାର ପାତ ସମ୍ପର୍କରେ ପଚାରି ବୁଝି ଥିଲୁ l ଘୁ.ଉଦୟଗିରିରେ ଥଣ୍ଡା ଅନୁଭୂତ ଓ ତୁଷାର ପାତ ନୂଆ ଘଟଣା ନୁହେଁ l ଘୁ.ଉଦୟଗିରି ଥଣ୍ଡା ଓ ତୁଷାର ପାତ ଅଂଚଳ l କିନ୍ତୁ ଏହା ଲୋକଲୋଚନକୁ ଆସିନ ଥିଲା l ବର୍ତ୍ତମାନ କିଛି ବର୍ଷ ହେବ ଭିଭିନ୍ନ ଖବର କାଗଜରେ ଥଣ୍ଡା ଅନୁଭୂତ ହେଉ ଥିବା ଖବର ପ୍ରକାଶ ପାଉଛି ବୋଲି କହିଛନ୍ତି ଅଂଚଳ ବାସୀ l ତେଣୁ ସରକାର ଏହି ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକର ବାକାଶ କରିବା ନିହାତି ଜରୁରୀ ବୋଲି ଅଞ୍ଚଳର ସଚେତନ ନାଗରିକ ସସାନନ୍ଦ ପ୍ରଧାନ କହିଛନ୍ତି l