ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ…

ବ୍ରାହ୍ମଣୀଗାଁ(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ପ୍ରଦାନର ଶୁଭାରମ୍ଭ ହୋଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିବିରକୁ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଯୋଗ ଦେଇ ଉଦଘାଟନ କରିଥିଲେ ଏବଂ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟ ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଭାବେ ଏଏସ ଆଇ ଶଙ୍କର ୱାର୍ଡକା, ଓଡ଼ିଆ ଅଧ୍ୟାପକ ଦିବାକର ବେହେରା, ଇଂରାଜୀ ଅଧ୍ୟାପକ ବସନ୍ତ କୁମାର ସିଂ, ଇଂରାଜୀ ଅଧ୍ୟାପିକା ସୁନିତା କୁମାରୀ ନାୟକ, ଇତିହାସ ଅଧ୍ୟାପକ ସନ୍ତୋଷ କୁମାର ନାହାକ, ଓଡ଼ିଆ ଅଧ୍ୟାପକ ମିଲନ ବେହେରା ପାତ୍ର ପ୍ରମୁଖ ଯୋଗ ଦେଇ ଥିବା ବେଳେ ଇତିହାସ ଅଧ୍ୟାପକ ରାଜକିଶୋର ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷ ର ୧୬୧ ଜଣ ଛାତ୍ରୀ ଏହି ଶିବିରରେ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନେ ସହୋଯୋଗ କରିଥିଲେ ।