ବାଲିଗୁଡାରେ ଅଘଟ, ମଦ୍ୟପ ପୁଅକୁ ହାତ୍ୟକଲା ବାପା…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି । ବାପା ନିଜ ପୁଅକୁ ଏକ ଧାରୁଆ ଛୁରୀରେ ହତ୍ୟା କରିଛନ୍ତି । ଏହି ଘଟଣା ରାତି 4.30 ସମୟରେ ଘଟିଥିବା ସୂଚନା ମିଳିଛି l ମୃତଙ୍କ ନାମ ଜିତୁ ମଲ୍ଲିକ ବୟସ ପ୍ରାୟ 18 ରୁ 19 ପାଖାପାଖି ତାଙ୍କ ବାପାଙ୍କ ନାମ ପ୍ରାଣେଶ୍ୱର ମଲ୍ଲିକ ହୋଇ ଥିବା ସୂଚନା ମିଳିଛି । ଜିତୁ ମଲ୍ଲିକ ଗତ କାଲି ମଦ ପିଇ ଘରକୁ ଆସିଥିଲା ସେଥିପାଇଁ ବାପା ମାଆ ମଧ୍ୟ୍ୟ ରାଗରେ ଯାଇ ଥିଲେ l କିନ୍ତୁ କିଛି କହିନ ଥିଲେ । ସେ ଆଜି ସକାଳ ସମୟରେରେ ଖାଇବାକୁ ମାଗିବାକୁ ଯାଇ କବାଟ ବାଡେଇଥିଲା କିନ୍ତୁ କବାଟ ନଖୋଲିବାରୁ କବାଟକୁ ଗୋଇଟା ମାରି କବାଟ ଭାଙ୍ଗି ଖୋଲିଥିଲା l ସେହି ରାଗରୁ ନିଜ ବାପା ଧାରୁଆ ଛୁରୀରେ ମାରିଦେଲେ । ଛୁରୀରୁ ମାରିବା ପରେ ରକ୍ତାକ୍ତ ଅବସ୍ଥା ନିଜ ଘରରୁ ତାଙ୍କ ବଡ ଭାଇଙ୍କ ଘରକୁ ପଳେଇ ଯାଇଥିଲେ । ତାଙ୍କ ଭାଇକୁ ଡାକିବାରୁ ଭାଇ ବାହାରକୁ ଆସି ଦେଖିଲାବେଳେ ଜିତୁ ମଲ୍ଲିକର ମୃତ୍ୟୁ ଘଟିଲା । ଆଜି ସକାଳେ ବାଲିଗୁଡା ଥାନାକୁ ଖବର ଦେଲାପରେ ବାଲିଗୁଡା ପୁଲିସ ଘଟଣା ସ୍ଥଳକୁ ପଞ୍ଚି ମୃତ୍ୟୁ ଶରୀରକୁ ବାଲିଗୁଡା ଉପ ଖଣ୍ଡକୁ ଶବ ବ୍ୟବଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରଖୁଛନ୍ତି ।