ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତ ସ୍ଥିତ ଟୋଲ ଗେଟ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା l ଘଟଣାରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ଗ୍ରାମପଞ୍ଚାୟତର ଇର୍ପିଗୁଡା ଗ୍ରାମର ଦୀପକ ମଲିକ ନାମକ ଯୁବକ ଏକ ୟାମାହାR15 OD08N2785 ନମ୍ବର ମଟର ସାଇକେଲ ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ଟୋଲ ଗେଟରୁ ମାତ୍ର ୧୦୦ ମିଟର ଦୂରରେ ରାସ୍ତା ପାଶ୍ୱରେ ଥିବା ଏକ ଗଛକୁ ଧକା ଦେଇଥିଲା l ଧକା ଦେବା ଫଳରେ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣା ପଡିଛି l ସକାଳୁ ସକାଳୁ ପ୍ରତଃ ଭ୍ରମଣରେ ଯାଉଥିବା କୁର୍ତମଗଡ଼ ଯୁବ ସାମ୍ବାଦିକ ରୋହନ ନନ୍ଦ ଏବଂ ଦୁଇ ବନ୍ଧୁ ତୋଫାନ ନାୟକ, ପିଙ୍କୁ ନନ୍ଦ ଦୁର୍ଘଟଣା ଗ୍ରସ୍ତ ମଟର ସାଇକେଲକୁ ଦେଖି ତୁମୁଡିବନ୍ଧ ପୁଲିସକୁ ଖବର ଦେଇଥିଲେ କିନ୍ତୁ ପୋଲିସ ପହଞ୍ଚି ବାରେ ବିଳମ୍ବ ହେବାରୁ ତୁମୁଡିବନ୍ଧରୁ ୧୦୮ ଆମ୍ବୁଲାନ୍ସକୁ ଡକାଇ ଦୁର୍ଘଟଣା ବ୍ୟକ୍ତିଙ୍କୁ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି l