ମହାବୀର ମୋଟର୍ସ ପକ୍ଷରୁ ଗୁରୁଦକ୍ଷିଣା ଅଫର, ଭରପୁର ଫାଇଦା ନେଉଛନ୍ତି ଗ୍ରାହକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହରରେ ଥିବା ମହାବୀର ମୋଟର୍ସ ପକ୍ଷରୁ ଗୁରୁଦିବସ ଉପଲକ୍ଷେ ଗୁରୁଦକ୍ଷିଣା ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି I ଏହି ଅଫର ମାଧ୍ୟମରେ ଅଧ୍ୟାପକ, ପ୍ରଫେସର, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଙ୍ଗନବାଡ଼ି କର୍ମୀମାନେ ବାଇକ ପିଛା ୨୦୦୦ ଟଙ୍କା ଏବଂ ସ୍କୁଟି ପିଛା ୪୦୦୦ ଟଙ୍କାର ରିହାତି ପାଇବେ I ଏହି ଅଫର ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବା ସହ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ହେବା ନେଇ ମହାବୀର ମୋଟର୍ସ ପକ୍ଷରୁ ସୂଚନା ଦିଆ ଯାଇଛି I ଗୁରୁଦକ୍ଷିଣା ଅଫର ଘୋଷଣା ହେବା ପରେ ପ୍ରତ୍ୟକ ଦିନ ମହାବୀର ମୋଟର୍ସକୁ ଏବେ ଗ୍ରାହକମାନଙ୍କ ଲମ୍ବା ଲାଇନ ଲାଗୁ ଥିବା ଦେଖା ଦେଇଛି I ଗ୍ରାହକମାନେ ଏହି ଅଫରର ପୁରା ଲାଭ ଉଠାଇ ନିଜ ମନପସନ୍ଦର ବାଇକ ଏବଂ ସ୍କୁଟି କିଣୁ ଥିବା କହିଛନ୍ତି I  ଅନେକ ସମୟରେ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ମହାବୀର ମୋଟର୍ସ ପକ୍ଷରୁ ବିଭିନ୍ନ ପ୍ରକାର ଅଫର ଦିଆଯାଥିବା ମହାବୀର ମୋଟର୍ସ ପକ୍ଷରୁ ସୂଚନା ଦିଆଯାଇଛି I ଏହା ସହ ମହାବୀର ମୋଟର୍ସ ପକ୍ଷରୁ ଅତି ସହଜରେ ଇଏମଆଇ, ସର୍ଭିସିଂ ଇତ୍ୟାଦି ସୁବିଧା ପ୍ରଦାନ କରାଯାଉଛି ବୋଲି ମ୍ୟାନେଜର ପ୍ରକାଶ କରିଛନ୍ତି I