ରାଇକିଆ ବ୍ଲକ କଂଗ୍ରେସର ସଭାପତି ଭାବେ ମଙ୍ଗ ଧରିଲେ କ୍ରିଷ୍ଣାପ୍ରିୟା ପ୍ରଧାନ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଳକ କଂଗ୍ରେସର ସଭାପତି ଭାବରେ ମଙ୍ଗ ଧରିଲି ମଣ୍ଡାକିଆ ଗ୍ରାମପଞ୍ଚାୟତର ସମିତି ସଭ୍ୟକ୍ରିଷ୍ଣାପ୍ରିୟା ପ୍ରଧାନ I ଏହି ଅବସରରେ ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ବାକିଙ୍ଗିଆ ସଭାଗୃହ ଠାରେ ଆଜି ନୂତନ ବ୍ଳକ ସଭାପତି କ୍ରିଷ୍ଣାପ୍ରିୟା ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜିଲ୍ଲା କଂଗ୍ରେସ ପକ୍ଷରୁ କରାଯାଇଛି I ଏହା ସମ୍ବର୍ଦ୍ଧନା ସଭାରେ ପଞ୍ଚାୟତ ନିର୍ବାଚନରେ ଦଳକୁ ମଜୁବୁତ କରିବା ପାଇଁ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ I ଏହା ସହ କେନ୍ଦ୍ର ଗ୍ୟାସ୍ , ପେଟ୍ରୋଲ, ରାସନ୍ ସାମଗ୍ରୀ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଟାରେଗେଟ କରିଥିଲେ କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକ I ଏହି ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସଭାପତି ଅନାମ ନାୟକ,ଏଆଇସିସି ସଦସ୍ୟ ଘନ ଶବର, କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଦାରିଙ୍ଗବାଡି ବ୍ଲକ ଅଧକ୍ଷା ରୁଦା ମଲିକ, ପୂର୍ବତନ ବିଧାୟୀକା ଅଜୟନ୍ତି ପ୍ରଧାନ, ନୂର ସିଂହ ଚରଣ ଶତପଥୀ, ଶ୍ରୀବଛ ନାୟକ, ଆଲିଫ ଦିଗାଳ, ଆପଟ ପରିଡ଼ା, ମିନକେତନ ସାହାଣୀ, ଶ୍ରୀ ରାମ ଦିଗାଳ, ଏଲିୟ ଦିଗାଳ, ମାଥଲିନ ପ୍ରଧାନ, ଯଜ୍ଞ ପାତ୍ର, ଜୁଳିଆନ ନାୟକ, ମନୋଜ ଦିଗାଲ, ଅଭିଷେକ ଦଳବେହେରା, ସଦାନନ୍ଦ ନାୟକ, ଏନ ରାଜାରାଓଙ୍କ ସମେତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବରିଷ୍ଟ କଂଗ୍ରେସ ନେତା ଏବଂ କର୍ମୀମାନେ ଯୋଗ ଦେଇଥିଲେ I ଏହି ସଭାରେ ଆଗାମି ଉପସ୍ଥିତ ଥିବା କଂଗ୍ରେସ କର୍ମୀମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିତିବା ନିମନ୍ତେ କର୍ଣ୍ଣମନ୍ତ୍ର ଦେଇ ଥିବା ବିଶ୍ଵସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି I