ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକଳାପ ସହ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ଭଞ୍ଜନଗର ବ୍ଲକ କୁଲାଡ ପଞ୍ଚାୟତର ତିନି ଜଣ ଓ୍ବାର୍ଡ ସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓ୍ବାର୍ଡ ସଭ୍ୟ ଶାନ୍ତି ମଳିକ, ରାଜଲକ୍ଷ୍ମୀ ସାହୁ ଓ ରମା ସେଠିଙ୍କୁ ବିଧାୟକ ଶ୍ରୀ ନାୟକ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି । ଏହି ସମୟରେ କୁଲାଡ଼ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ଦାସ, କୁଲାଡ଼ ଶକ୍ତିକେନ୍ଦ୍ର ପ୍ରମୁଖ ସଞ୍ଜୟ ପ୍ରଧାନ, ସର୍ବଶ୍ରୀ ବିଜୟ ସାହୁ, ରଙ୍କନିଧି ସାହୁ, ଗୋପାଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।