ସୁଶାସନ ସପ୍ତାହ ପାଳନ ଅବସରରେ କର୍ମଶାଳା ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଜିଲ୍ଲାରେ ସୁଶାସନ ସପ୍ତାହ ପାଳନ ଅବସରରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ବଡ଼ଗାଁ ବ୍ଲକରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କର୍ମଶାଳା ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୁଲାରୀ ସୋରେଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ଅନ୍ତର୍ଗତ ଚାଲୁଥିବା ବିଭିନ୍ନ ଜନହିତକର ଯୋଜନା , କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ ଏବଂ ଏହି ଜନସାଧାରଣ ଏହି ସବୁ ଯୋଜନା ଆଦି ରେ ସାମିଲ ହୋଇ ତାହାର ଲାଭ ନେବାକୁ ଉତ୍ସାହ କରିଥିଲେ । ସେହିଭଳି ବିଭାଗୀୟ ଅଧିକାରୀମାନେ ଯୋଜନା ଆଦିର ଲିଫ୍ଲେଟ ମଧ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ । ସେହିଭଳି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସୂଚନା ଶିକ୍ଷା ଯୋଗାଯୋଗ ସମ୍ବଳିତ ଷ୍ଟଲ ମଧ୍ୟ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୩୦ ଜଣଙ୍କୁ ନିର୍ମାଣ ଶ୍ରମିକ ପଞ୍ଜିକରଣ କାର୍ଡ ଏବଂ ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ୭ ଜଣଙ୍କୁ ଭତ୍ତା ଏବଂ ୨ ଜଣଙ୍କୁ ୱିଲ ଚେୟାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବଡ଼ଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ ।