ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହରସ୍ଥ ମହୁଲଡିହାଁ ଅଧିନସ୍ତ ଜୀବନଜ୍ଯୋତି ନିବାସରେ ପ୍ରାକ ବଡ଼ ଦିନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି I ସଭାପ୍ରାରମ୍ଭରେ ଜୀବନଜ୍ଯୋତି ନିବାସର ପରିଚାଳିକା ପ୍ରେମଲତା ଦାସ ଏହି ଖ୍ରୀଷ୍ଟମାସ ପର୍ବ କାହିଁକି ପାଳନ କରିବା, ଯୀଶୁ କିଏ ଏବଂ ତାଙ୍କର ଉଦ୍ଦେଶ୍ଯ ଓ ଦିଗଦର୍ଶନ ସଂପର୍କରେ ଆଲୋଚନା କରିଥିଲେ I ଏଥିରେ ମୁଖ୍ଯଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯରଂଜନ ପ୍ରଧାନ, ମୁଖ୍ଯବକ୍ତା ରୂପେ ବୈଜ୍ଞାନିକ ରମେଶ ସରଗମ୍, ସମ୍ମାନିତ ଅତିଥି ଭାବେ ଡକ୍ଟର ମାଣିକେଶ୍ବରୀ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଭୁ ଯୀଶୁଖୀଷ୍ଟଙ୍କର ନୀତିଆଦର୍ଶ ଓ ସମାଜ ପ୍ରତି ତାଙ୍କର ଭାବାବେଗ ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ I ଉକ୍ତ ବୈଠକରେ ପାଷ୍ଟର ସୁମଙ୍ଗଲ, ମୀନା ସାମାଡ, ଡେଭିଡ ବାରି, ରାଇରଙ୍ଗପୁର ଚର୍ଚ୍ଚ ପାଳକ ବୈଜାମିନ ମୁର୍ମୁ ଓ ରାଇରଙ୍ଗପୁର ଏଲଆଇସି କାର୍ଯ୍ଯାଳୟ ଡିଓ ଉଦୟ ମୁର୍ମୁ ପ୍ରମୁଖ ଉପସ୍ଥିତଥିଲେ I ଉକ୍ତ ଭବ୍ଯ ସମାବେଶରେ ଜୀବନଜ୍ଯୋତି ନିବାସର ଅନ୍ତେବାସୀମାନେ ଗୀତନାଚ ଓ ନାଟକ କରି ଲୋକମାନଙ୍କୁ ଆମୋଦପ୍ରମୋଦ କରିଥିଲେ I ଏହି ପାଳନ ଅବସରରେ ସଂଗୀତ ବିଶାରଦ ପଙ୍କଜ ମହାନ୍ତଙ୍କ ସୁଲଳିତ ଗୀତ ଲୋକମାନଙ୍କୁ ମନଛୁଆଁ କରିଥିଲା I ପରିଶେଷରେ ପରିଚାଳିକା ପ୍ରେମଲତା ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ I ଏହି ପର୍ବ ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କର ପ୍ରବଳଭିଡ ଦେଖାଯାଇଥିଲା I