ରାୟଗଡ଼(ଟିକି ଲିମା): ବେଆଇନ ବାଲି ଚୋରା ଚାଳନ ହେଉଥିବାକୁ ନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଖଣି ବିଭାଗ ବେଆଇନ ଭାବେ ବାଲି ନେଉଥିବା ଚାରୀ ଗୋଟି ଟ୍ରାକ୍ଟର କୁ ଜବତ କରିଛି । ରାୟଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାସୀଙ୍ଗି ଦେଇ ବୋହିଯାଉଥିବା ମହେନ୍ଦ୍ର ତନୟାନଦୀରୁ ବାଲି ଉଠାଇବା ପାଇଁ ସରକାରଙ୍କ ତରଫରୁ କୌଣସି ଲିଜ କାହାକୁ ଦିଆହୋଇନାହିଁ । ମାତ୍ର ସେଠାରୁ ଗତକାଲି ସଂଧ୍ୟାରେ ବେଆଇନ ଭାବେ ଏକାଧିକ ଟ୍ରାକ୍ଟର ବାଲି ବୋଝେଇ କରି ବାଲି ନେଉଥିଲେ । ବାଲି ନେଉଥିବା ଖବର ପାଇ ଖଣି ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ରାୟଗଡ଼ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଁଚି ଥିଲା ଓ ଚାରି ଗୋଟି ବାଲି ବୋଝେଇ ଥିବା ଟ୍ରାକ୍ଟରକୁ ଥାନାକୁ ଆଣିଥିଲା । ସେଠାରେ ସେମାନଙ୍କୁ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା ସେଠାରୁ ବାଲି କାହିଁକି ବାହାର କରିଲ ଓ ତୁମକୁ କିଏ କହିଲା ବୋଲି ପଚାରିବାରୁ, ଟ୍ରାକ୍ଟର ମାଲିକ ଓ ଡ଼୍ରାଇଭର ମାନେ ଆମେ ଲିଜ ଧାରିଙ୍କୁ ଆମେ ବାଲି ନେବା ପାଇଁ ମାସିକ ହିସାବରେ ଟଙ୍କା ଦେଉଛୁ ଓ ସେ ଆମକୁ ବାଲି ନେବା ପାଇଁ ଅନୁମତି ଦେଉଛି । ମାତ୍ର ଆମେ ତାଙ୍କୁ ରସିଦ ଦେବାକୁ କହିଲେ ସେ ଆମକୁ କିଛି ରସିଦ ଦେଉ ନାହାଁନ୍ତି । ସେ ବୁରୁଜାଙ୍ଗ ନଦୀ ଓ ଅନ୍ୟ ସ୍ଥାନରୁ ବାଲି ନେବା ପାଇଁ କୁହନ୍ତି ବୋଲି ପ୍ରକାଶ କରିଥିଲେ । ଏହା ଶୁଣି ଖଣି ଅଧିକାରୀ ଶ୍ରୀ ପରିଡ଼ା କହିଥିଲେ ବର୍ତ୍ତମାନ ଲିଜ ନେଇଥିବା ବ୍ୟକ୍ତି ତାଙ୍କ ଲିଜ ଖଜଣା ବାବଦକୁ ବାକି ଥିବା ଟଙ୍କା ଦେଇ ନାହାଁନ୍ତି ଓ କରଡ଼ାଶୀଙ୍ଗି ଘାଟରୁ ବାଲି ଉଠାଇବାକୁ ତାଙ୍କୁ ଅଧିକାର ଦିଆଯାଇନାହିଁ । ଏହା ବ୍ୟତୀତ ସେ ଲିଜ ବାବଦକୁ ଟଙ୍କା ପୈଠ କରିଲେ କିଁ ତାଙ୍କୁ ପୁଣି ତାଙ୍କୁ ଅନୁମତି ଦିଆଯିବ ବୋଲି ପ୍ରକାଶ କରିଥିଲେ ଓ ମାସିକ ହିସାବରେ ଖଜଣା ଦେବା ପାଇଁ କୌଣସି ନିୟମ ନାହିଁ । ଗୋଟିଏ ଟ୍ରିପ ପାଇଁ ହିଁ ଖଜଣା କାଟିବା ପାଇଁ ସରକାରଙ୍କ ନିୟମ ଅଛି । ସରକାରଙ୍କ ନିୟମ ଅନୁଯାୟୀ ମାସିକ ହିସାବରେ ଖଜଣା ଦେବା ପାଇଁ ଯଦି ନିୟମ ନାହଁ କେମିତି ଟ୍ରାକ୍ଟର ମାଲିକମାନଙ୍କ ଠାରୁ ମାସିକ ହିସାବରେ ଟଙ୍କା ନେଉଛନ୍ତି । ତାଙ୍କୁ ଏ ଅଧିକାର ଦେଲା କିଏ ଓ କାହାର ସାହାସରେ ଏପରି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l