ବଡ଼ଦିନ ଉପଲକ୍ଷେ ବାଲିଗୁଡା ସାଲୋମ ୟୁଥ ଫେଲସିପ ଟିମ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖ୍ରୀଷ୍ଟିଆନ ପରିବାରର ଯୁବା ଯୁବତୀମାନେ ନିଜ ଖର୍ଚ୍ଚର ଅର୍ଥ ବାହାର କରି ଦାମୀ କମଳ କିଣି ବିକଳାଙ୍ଗ ବୃଦ୍ଧା ବାପା ମାଆଙ୍କୁ ଆଜି ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି । ଗୋଟେ ନୁହେଁ କି ଦୁଇଟା ନୁହେଁ 300ରୁ ଉର୍ଦ୍ଧ କମଳ ବଣ୍ଟନ କରିଛନ୍ତି । ଏହି ପରି ପଦକ୍ଷେପ ନେଇଥିବାରୁ ବାଲିଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକମାନେ ଧନ୍ୟବାଦ ଜଣେଇଛନ୍ତି । ଯୁବା ଯୁବତୀଙ୍କ କହିବାନୁସାରେ ଆମେ ଭଲ ଭଲ ପୋଷାଖ ପିନ୍ଧୁଚୁ ଵା ଭଲ କମଳ ମଧ୍ୟ୍ୟ ଶୀତ ଋତୁରେ ଘୋଢେଇ ହେଉଛୁ l ଏପରି କେତେକ ପରିବାର ଅଛନ୍ତି ତାଙ୍କ ପାଖରେ ଶୀତରୁ ରକ୍ଷା ପାଇବା ପାଇଁ କୌଣସି ବସ୍ତ୍ର ମଧ୍ୟ୍ୟ ମିଳୁନି । ତାହା ଜାଣି ଏହିପରୀ ପଦକ୍ଷେପ ନେଇଥିବା କହିଛନ୍ତି ସାଲମ ୟୁଥ ପେଲସିଫ ଟିମ ଲିଡର ବ୍ଲେସନ ଦିଗାଲ ଏବଂ ତାଙ୍କ ଟିମ ।