ଭଞ୍ଜ ମାଟିର ପିଲା ମାନେ ବିଶ୍ୱ ସମସ୍ୟାର ସୂତ୍ରଧର ହୁଅନ୍ତୁ…

ଭଞ୍ଜନଗର(ନିଲୁ ବିଷୋୟୀ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭଞ୍ଜନଗର ଗସ୍ତରେ ଆସି ଡିହପଢାଳ ସରସ୍ଵତୀ ଶିଶୁ ମନ୍ଦିରର ନୂତନ ଗୃହ ଓ ଛାତ୍ରାବାସ ଉଦଘାଟନ କରିଛନ୍ତି । ଏହି ଅବସରରେ ସେଠାରେ ଆୟୋଜିତ ସଭାରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ କଡ଼ା ସମାଲୋଚନା କରିଥିଲେ । ଜଣେ ପୂର୍ବତନ ମୂଖ୍ୟଙ୍କ ପୂର୍ବଜଙ୍କ ଘର ଭଞ୍ଜନଗର ଅଞ୍ଚଳରେ ହୋଇଥିଲେ ସୁଦ୍ଧା ଶାସନ କ୍ଷମତାରେ ୨୪ ବର୍ଷ ରହିଲେ ତଥାପି ପୂର୍ବଜଙ୍କ ଜନ୍ମମାଟି ପାଇଁ ପାଣି ମୁନ୍ଦେ ଦେଇ ପାରିନାହାନ୍ତି । ରାଜ୍ୟରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୧୦ ଲକ୍ଷ ଏଥିରେ ସାମିଲ ହୋଇଛନ୍ତି । ଆହୁରି ୨ ଲକ୍ଷ ମହିଳା ଜିଲ୍ଲାର ଏହି ଯୋଜନାରେ ସାମିଲ ହେବେ । ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାରେ ଆଉ ୫୦୦ କୋଟି ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଛଡା ଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏଥିସହ ଭଞ୍ଜ ମାଟିକୁ ପ୍ରଶଂସା କରି ଆଗାମୀ କିଛି ବର୍ଷ ପରେ ଭାଷା ଭିର୍ତ୍ତିକ ରାଜ୍ୟ ଭାବେ ଓଡିଶାକୁ ଶହେ ବର୍ଷ ପୁରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବାକୁ ପଡିବ । ଆଉ ଏହି ବିକଶିତ ଭାରତ ସୁଦ୍ଧା ଭଞ୍ଜ ମାଟିର ପିଲାମାନେ ବିଶ୍ୱ ସମସ୍ୟାର ସୂତ୍ରଧର ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆୟୋଜିତ ସଭାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ, ଆସିକା ଏମପି ଅନିତା ଶୁଭଦର୍ଶନି, ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ବିଧାୟକ ସରୋଜ ପାଢ଼ୀ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଠ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତ, ଡ. କମ୍ବୁପାଣି ସାମନ୍ତ, ପରିଚାଳନା କମିଟି ସଭାପତି ଡ଼. ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ, ପ୍ରଧାନଆଚାର୍ଯ୍ୟ ପୂର୍ଣଚନ୍ଦ୍ର ପଣ୍ଡା, ବ୍ଲକ୍ ଅଧ୍ୟକ୍ଷ ନରୀସଭା ନାୟକ, ଏନ୍ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।