ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଆୟୋଜିତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ତରୀୟ କଳାହାଣ୍ଡି ଉତ୍ସବ 2025ର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାୟକ, ବିଇଓ ଭବାନୀଶଙ୍କର ଯୋଶୀ, ଅଧ୍ୟାପକ ପ୍ରଦୀପ ମିଶ୍ର, ଦଶପୁର ସମିତି ସଭ୍ୟ ଦୁର୍ଗେଶ ସାହୁ ପ୍ରମୁଖ ମଞ୍ଚସିନ ଥିବା ବେଳେ ପୁଲିସ ବିଭାଗ ଅଧିକାରୀ, ବନ ବିଭାଗ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ,କୃଷି ବିଭାଗ ଅଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ଗଣ ମାଧ୍ୟମ ପ୍ରତିନିଧି ଗଣ, ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ହୋଇ ବିଭିନ୍ନ ବିଭାଗର ପରିଚାଳନା କମିଟି ଗଠନ କରାଯାଇ ଥିଲା l ସର୍ବ ସମ୍ମତି କ୍ରମେ ଆସନ୍ତା 2025 ମସିହା ଜାନୁଆରୀ ମାସ ତା 10,11,12 ତିନିଦିନ ଧରି ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମରେ ଅନୁଷ୍ଠିତ କରିବା ପାଇଁ ସ୍ଥିରୀକୃତ କରାଗଲା l ଉତ୍ସବକୁ ଲୋକ ଆକର୍ଷଣ କରିବା ପାଇଁ ବିଭିନ୍ନ ଲୋକ କଳା ପରିବେଷଣ କରିବା ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଲୋକ କଳା ନିମନ୍ତ୍ରଣ କରିବା ସହ ସିନେ ଜଗତର ଲୋକ ପ୍ରିୟ କଳାକାରମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଆଲୋଚନା କରାଯିବା ସହ ମିନା ବଜାରର ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ କରା ଯାଇ ଥିବା ସୂଚନା ମିଳିଛି l