ଶାରଳା ବସ କଣ୍ଡକ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଠାରୁ ଭୁବନେଶ୍ୱର ରାତ୍ରି ବସ “ଶାରଳା” ନାମକ ଏକ ଘରୋଇ ବସ ଯାହାର ନମ୍ବର OD -02BV -8188ରେ କାର୍ଯ୍ୟରତ ଥିବା କଣ୍ଡକ୍ଟରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି I ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୂଚନା ଅନୁସାରେ ସୌମେନ୍ଦ୍ର ଜେନା (କାଳିଆ) ଶାରଳା ବସରେ କଣ୍ଡକ୍ଟର ଭାବେ ଗତ ରାତ୍ରି ଡିଉଟିରେ ଥିଲେ I ବାଲିଗୁଡ଼ା ଠାରେ ଗତ ରାତ୍ରି ଭୋଜନରେ ସେ ରୁଟି ଏବଂ ଛତୁ ଗ୍ରହଣ କରିଥିଲେ I ଯାହାକି ଡିଉଟିରେ ଥିବା ଅନ୍ୟ ଡ୍ରାଇଭର ହେଲ୍ପରଙ୍କ ଦ୍ୱାରା ପ୍ରକାଶ I ରାତ୍ରି ଭୋଜନର କିଛି ଦୂର ବ୍ୟବଧାନରେ ତାଙ୍କର ପେଟ ଗୋଳମାଳିଆ ହେବା ଫଳରେ ସେ ବସ ବାହାରକୁ ଯାଇ ବାନ୍ତି କରିଥିଲେ I ଏବଂ ଘୁ.ଉଦୟଗିରି ପହଂଚିବା ସମୟ ପ୍ରାୟ ୧୨.୪୫ ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୌମେନ୍ଦ୍ର ଜେନାଙ୍କୁ ଭର୍ତ୍ତି କରାଯାଇଥିଲା I ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ I ତାଙ୍କ ମୃତ୍ୟୁ କିଭଳି ହେଲା ଏ ନେଇ ଘୁ.ଉଦୟଗିରି ପୋଲିସ ଦ୍ୱାରା ଅଧିକ ତଦନ୍ତ ହେଉଥିବା ସୂଚନା I