ଚାଇଲ୍ଡଲାଇନ୍ ତରଫରୁ ବାଲ୍ୟବିବାହ ସମ୍ପର୍କୀତ ଏକ ଦିବସୀୟ ତାଲିମ କର୍ମଶାଳା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚାଇଲ୍ଡଲାଇନ୍ ତରଫରୁ ବାଲ୍ୟବିବାହ ସମ୍ପର୍କୀତ ଏକ ଦିବସୀୟ ତାଲିମ କର୍ମଶାଳା ଫୁଲବାଣୀ ସ୍ଥିତ ଗୋପବନ୍ଧୁ ବାଳାଶ୍ରମ ସଭାଗୃହ ଠାରେ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ, ସମ୍ମାନିତ ଅତିଥି ଭାବେ ଜିିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା, ସମାଜମଙ୍ଗଳ ବିଭାଗ ମହିଳା ସୁରକ୍ଷା ଅଧିକାରିଣୀ ଏସ୍ ଗାୟତ୍ରୀ ଯୋଗ ଦେଇଥିବା ବେଳେ ଜିିଲ୍ଲାର ୧୨ଟି ବ୍ଲକର ବାଲ୍ୟବିବାହ ନିଷେଧ ଅଧିକାରିଣୀମାନେ ଯୋଗ ଦେଇଥିଲେ I ପ୍ରଥମେ ଚାଇଲ୍ଡଲାଇନ୍ ତରଫରୁ ଟିମ୍ ମେମ୍ବର ଶିବଶଙ୍କର ବେହେରା ସ୍ବାଗତ ଅଭିବାଦନ କରି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ I ଟିମ୍ ମେମ୍ବର ଦିଲ୍ଲିପ କୁମାର ଦାସ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ I ଚାଇଲ୍ଡଲାଇନ୍ର କେନ୍ଦ୍ରସଂଯୋଜିକା ରଞ୍ଜିତା କମ୍ପ ବାଲ୍ୟବିବାହର କାରଣ, ନିରାକରଣ, ଏହାର ଆଇନ୍, ବାଲ୍ୟବିବାହ ନିଷେଧ ଅଧିକାରିଣୀଙ୍କ ଦାୟୀତ୍ବ ଏବଂ ପ୍ରତିରୋଧର ବିଭିନ୍ନ ଦିଗ ସମ୍ପର୍କରେ କମ୍ପ୍ୟୁଟର ଜରିଆରେ ଉପସ୍ଥାପନ କରିଥିଲେ I ମହିଳା ସୁରକ୍ଷା ଅଧିକାରିଣୀ ବାଲ୍ୟବିବାହ ବନ୍ଦକରାଯାଇଥିବା ନାବାଳିକାଙ୍କ ଥଇଥାନ ଓ ବିବାହ ବନ୍ଦ ହୋଇ ପରିବାରରେ ଥିବା ନାବାଳିକାର ପୁନଃନିରୀକ୍ଷଣ ଉପରେ ଗୁରୁତ୍ବ ଦେବା ସମ୍ପର୍କରେ ନିଷେଧ ଅଧିକାରିଣୀଙ୍କୁ ପରାମର୍ଶ ଦେଇଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଜିିଲ୍ଲାରେ ବାଲ୍ୟବିବାହ ସମ୍ପୁଣ୍ଣ ବନ୍ଦକରିବା ପାଇଁ ରଣନୀତି ସମ୍ପର୍କରେ ବାଲ୍ୟବିବାହ ନିଷେଧ ଅଧିକାରିଣୀମାନଙ୍କୁ ଦୃଷ୍ଟିପାତ କରାଇଥିଲେ I ଜିିଲ୍ଲା ସମାଜମଙ୍ଗଳ ଅଧିକାରିଣୀ କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ ମଧ୍ୟ ନିଜ ନିଜ ବ୍ଲକକୁ ବାଲ୍ୟବିବାହ ମୁକ୍ତ ଘୋଷଣା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବାଲ୍ୟବିବାହ ନିଷେଧ ଅଧିକାରିଣୀ ମାନଙ୍କୁ ଭର୍ଚ୍ଚୁଆଲ୍ ମାଧ୍ୟମରେ ଦୃଷ୍ଟିପାତ କରିଥିଲେ I କାର୍ଯ୍ୟକ୍ରମର ସଭାପତି ତଥା ଚାଇଲ୍ଡଲାଇନର ନିର୍ଦ୍ଦେଶକ ସମସ୍ତେଙ୍କ ସହଯୋଗରେ ଅନୁଷ୍ଠାନ ସହିତ ମିଳିତ ଭାବେ ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟକରିବା ପାଇଁ ନିଜର ମତାମତ ରଖିଥିଲେ I ଶେଷରେ ଚାଇଲ୍ଡଲାଇନର ଟିମ୍ ମେମ୍ବର ସସ୍ମିତା କରଣ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚାଇଲ୍ଡଲାଇନ୍ ଟିମ୍ ପ୍ରଭାସ ରଞ୍ଜନ ନାୟକ, ସୁପ୍ରଭା ନାୟକ, ରାଜଲକ୍ଷ୍ମୀ ମହାକୁଡ, ବାଳାଶ୍ରମ ପରିଚାଳକ ବିଜୟାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସଖି ଓ ସ୍ବଧାର ଅନୁଷ୍ଠାନର କର୍ମଚାରୀ ସହଯୋଗ କରିଥିଲେ I