ସରକାରୀ ମହାବିଦ୍ୟାଳୟ ରୋଡରେ ଓଲା ବ୍ୟାଟେରୀ ଚାଳିତ ସ୍କୁଟି ଜାଳିବା ସହ ଚାରୋଟି ବାଇକ ଓ ଗୋଟିଏ ସାଇକେଲ ଜଳି ପାଉଁଶ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୋମବାର ସକାଳ 7 ଟା ବେଳକୁ ଏହି ଘଟଣା ନେଇ ସାରା ସହରରେ ବ୍ୟାଟେରୀ ଗାଡ଼ି ଚଳାଉଥିବା ଲୋକଙ୍କ ମଧ୍ୟରେ ଛନକା ପଶିଛି । ଗତ କାଲି ବିଳମ୍ବିତ ରାତିରେ ସରକାରୀ ମହାବିଦ୍ୟାଳୟ ରୋଡରେ ଥିବା ମିତ୍ରଭାନୁ ପଟେଲଙ୍କ ଘରେ ଘଟିଛି ଏହି ଦୁଃଖଦ ଘଟଣା । ତାଙ୍କର ଏକ ଓଲା ବ୍ୟାଟେରୀ ଚାଳିତ ସ୍କୁଟି ଜଳିବା ସହ ଅନ୍ୟ ଚାରୋଟି ବାଇକ ଓ ଗୋଟିଏ ସାଇକେଲ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି । ଏପରିକି ଘରର ଛାତରୁ କୋଲା ଛାଡ଼ି ଯାଉଛି । ତେବେ ଏହି ଘଟଣାରେ ତାଙ୍କ ପରିବାର ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ଗତ କାଲି ରାତି 9:30 ମିନିଟ୍ ରୁ 11 ଟା ଭିତରେ ଏହି ଘଟଣା ଘଟି ଚାଲିଥିଲା ବୋଲି ଘର ମାଲିକ କହିଛନ୍ତି । ଭିତରୁ ତାଲା ଦିଆ ଯାଇଥିବାରୁ ଏବଂ ସାରା ଘର ଧୁଆଁ ହୋଇଯାଇଥିବାରୁ କେହି ଘରୁ ବାହାରି ପାରି ନ ଥିଲେ କିମ୍ୱା ବାହାରୁ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରି ପାରି ନ ଥିଲେ । ତେବେ ଅଗ୍ନିଶମ ବିଭାଗ ଅଧିକାରୀ ଭ୍ରମରବର ସେଠ ଓ ତାଙ୍କ ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।