ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ତୁରୁମୁ ପଞ୍ଚାୟତର ପାଣ୍ଡିରି ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାର ପ୍ରାୟ ୪ରୁ ୫ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଳବେହେରା, ନବୀ ଗୌଡ ଓ ବାବୁଲା ଗୌଡଙ୍କ ଘର ପୋଡି ହୋଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘର ପୋଡି ହୋଇଥିବା ବ୍ୟକ୍ତିମାନେ ଜମିକୁ ଧାନ କାଟିବାକୁ ଯାଇଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଜମିରେ ରହିଥିବା ବେଳେ ଘରେ ନିଆଁ ଲାଗିଥିବା ଅନ୍ୟମାନଙ୍କ ଠାରୁ ଖବର ପାଇଁ ଦୌଡି ଆସିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିବା ଜଣାପଡିଛି । କଂଗ୍ରେସ ଯୁବନେତା ପ୍ରଶାନ୍ତ ବିଶୋୟୀ ସେଠାରେ ପହଞ୍ଚି ନିଆଁରେ ଘର ପୋଡିଥିବା ପରିବାର ସହ ଆଲୋଚନା କରିବା ସହ ସୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଥିସହ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଏହି ସମୟରେ ପ୍ରଶାନ୍ତ ନାୟକ, ମିଟୁ ଗୌଡ, ସଞ୍ଜୟ ଭୂୟାଁ, ବାଲ୍ୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହ ରାଜସ୍ବ ବିଭାଗ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପଲିଥିନ ପ୍ରଦାନ କରିଥିବା ଜଣାପଡିଛି ।