ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇବା ଘଟଣା, ପୁଣି ଆଉ ଜଣେ ମହିଳାଙ୍କ ମୃତ୍ୟୁ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ  ମାଣ୍ଡିପଙ୍କା ଗ୍ରାମରେ ଆମ୍ୱ ଟାକୁଆ ଖାଇ  ୨ ମୃତ୍ୟୁ  ଓ ୬ ଗୁରୁତର ହେବା ଘଟଣାରେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଆଉ ୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଆଜି କଟକ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା  ଜିତା ମାଝୀଙ୍କ  ମୃତ୍ୟୁ ହୋଇଥିବା  ଜଣାପଡିଛି । ଘଟଣା କ୍ରମେ ଗତ ୧ ତାରିଖ ଦିନ ଜିତା ମାଝୀ ସମେତ ୮ ଜଣ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନିଆଯାଇଥିଲା । ତେବେ ମେଡ଼ିକାଲ ନେବା ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ରହିଥିଲେ।  ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଉଥିଲା । ଆମ୍ବ ଟାକୁଆ ଯାଉ ଖାଇ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ଜିତା ମାଝୀଙ୍କ ଆଜି ଚିକିତ୍ସା ଚାଲଥିବା ସମୟରେ ମୃତ୍ୟୁ ଘଟିଛି l ଜିତାଙ୍କ ଦୁଇଟି ଯାକ କୀଡୀନି ସମ୍ପୂର୍ଣ ଖରାପ ହୋଇଯାଇଥିଲା l ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ l କିନ୍ତୁ ସବୁ ଚେଷ୍ଟା ସତ୍ୱେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି l ଜିତାଙ୍କ ମର ଶରୀର ମାଣ୍ଡିପଙ୍କାକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିଡ଼ିଓ ଏବଂ ସରପଞ୍ଚ କୁମାରୀ ମଲିକଙ୍କ ସହ କଥାବାର୍ତ୍ତା ହୋଇଥିବା ବିଡ଼ିଓ କହିଛନ୍ତି ।