ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ବୟସ ମାତ୍ର 4 କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି l ଏହି କମ ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ ମନେ ରଖିବା ସହିତ ଜିଲ୍ଲା ଗୁଡିକର ନାମ, ରାଜ୍ୟ ରାଜଧାନୀ, ମନ୍ତ୍ର ଶ୍ଳୋକ, ଜାତୀୟ ସଙ୍ଗୀତ ନିର୍ଭୁଲ ଭାବରେ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିବା କୁନି ପ୍ରତିଭା ହେଉଛନ୍ତି ସିଦ୍ଧେଶ୍ବରୀ ଗଉଡ଼ l ତାଙ୍କ ବାପା ମିଳନ ଗଉଡ଼ ମାଆ ଟିକିଲତା ଗଉଡ଼, ବାପା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଅଛନ୍ତି ଏବଂ ଝିଅ ସ୍ଥାନିୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୋଲାମୁଣ୍ଡାରେ ଶିଶୁବୋଧ ଶ୍ରେଣୀରେ ପାଠ ପଢ଼ନ୍ତି l ଏହି ବୟସରେ ପ୍ରତେକ ଶିଶୁ ଖେଳିବା ବୁଲିବା କରନ୍ତି କିନ୍ତୁ ମାଆଙ୍କ ପ୍ରଚେଷ୍ଟାରେ ଏହି ସବୁ ଲକ୍ଷ୍ୟ ସାଧନ ହୋଇ ପାରିଛି l ତାଙ୍କ ଘର ଗଞ୍ଜାମ ଜିଲ୍ଲା ସରୋଡା ବ୍ଲକ ଅନ୍ତର୍ଗତ ଲାଠିପଡା ପଞ୍ଚାୟତ l ବାପା ପ୍ରତେକ ଦିନ ସକାଳୁ ବ୍ୟାୟାମ କରିବା ସମୟରେ ଝିଅ ମଧ୍ୟ ବାପାଙ୍କ ସହ ଶାରୀରିକ ବ୍ୟାୟମ କରୁଥିବା ଲକ୍ଷ କରାଯାଉଛି l