ଭଞ୍ଜନଗର(ନିଲୁ ବିଷୋୟୀ): ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଶୁକ୍ରବାର ଦିନ ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ଗ୍ରାମର ଗ୍ରାମଦେବତୀ ମା’ଉଖୁଡେଇଙ୍କ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନାମଯଜ୍ଞରେ ଯୋଗଦେଇ ଗ୍ରାମଦେବତୀ ମା’ଉଖୁଡେଇଙ୍କୁ ଦର୍ଶନ କରିଥିଲେ । ପରେ ଯଜ୍ଞ ମଣ୍ଡପ ବୁଲି ଦେଖିବା ସହ ମଣ୍ଡଳ ପରିକ୍ରମା କରିଥିଲେ । ନାମ ସଂକିର୍ତ୍ତନ ଦଳ ସହ ବାଜା ଓ ବାଣ ପଟୁଆରରେ ବିଧାୟକ ଶ୍ରୀ ନାୟକଙ୍କୁ ସ୍ବାଗତ କରାଯାଇଥିଲା । ବିଧାୟକଙ୍କ ସହ ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ, ଭାଜପା ନେତା ଶିବଶଙ୍କର ପ୍ରଧାନ, ରଞ୍ଜିତ ପାତ୍ର, କୁଲାଡ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ଦାସଙ୍କ ସମେତ ଅନେକ ଭାଜପା ନେତା ନାମଯଜ୍ଞରେ ଯୋଗଦେଇ ହରିକୃପା ଲାଭ କରିଥିଲେ । ଗ୍ରାମର ଉତ୍ସାହୀ ଯୁବକଙ୍କ ସହଯୋଗ କ୍ରମେ ପ୍ରଥମ ଥର ପାଇଁ ଗ୍ରାମର ଗ୍ରାମଦେବତୀ ମା’ଉଖୁଡେଇଙ୍କ ପୀଠରେ ଅନୁଷ୍ଠିତ ନାମଯଜ୍ଞରେ ମୁଦୁଲିପଲ୍ଲୀ ପଞ୍ଚାୟତର ମୁଦୁଲିପଲ୍ଲୀ, ଶାଳୁଆପଲ୍ଲୀ, ହସନାପଲ୍ଲୀ ଓ ଭାଲିଆଖାଇ ଗ୍ରାମର ନାମ ସଂକିର୍ତ୍ତନ ଦଳ ଭାଗ ନେଇଥିଲେ ।ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ନାମଯଜ୍ଞରେ ଯୋଗଦେଇଥିଲେ । ସୁଦର୍ଶନ ସ୍ବାଇଁ, ନରେନ୍ଦ୍ର ବିଷୋୟୀ, ପ୍ରଶାନ୍ତ ବିଷୋୟୀ, ଗୌରୀଶଙ୍କର ସ୍ବାଇଁ, ବିରଞ୍ଚି ସ୍ବାଇଁ, ବସନ୍ତ ବିଷୋୟୀ, ମୁନା ବିଷୋୟୀ, ନିତ୍ୟାନନ୍ଦ ସ୍ବାଇଁ, ଭବାନୀଶଙ୍କର ସ୍ବାଇଁ, ପ୍ରିୟଜିତ୍ ସ୍ବାଇଁ, ବସନ୍ତ ସ୍ବାଇଁ, ଗିରିଧାରୀ ସ୍ବାଇଁ, ପ୍ରକାଶ ଚନ୍ଦ୍ର ସ୍ବାଇଁ, ରାହୁଲ ନନ୍ଦ, ବୁଲୁ ସ୍ବାଇଁ, ଦେବିପ୍ରସାଦ ସ୍ବାଇଁ, ସଚିନ ବିଷୋୟୀ, ସପ୍ନେଶ୍ବର ସ୍ବାଇଁ, ସଦାଶିବ ପ୍ରଧାନ, ତ୍ରିଲୋଚନ ସ୍ବାଇଁ, ରାଜିବ ବିଷୋୟୀ, ଅମୁଲ୍ୟ ସ୍ବାଇଁ, ନାରାୟଣ ପୋଲେଇ, ପ୍ରଶାନ୍ତ ସ୍ବାଇଁଙ୍କ ସମେତ ଗ୍ରାମବାସୀ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ ।