ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଆ ପାରମ୍ପାରା ରୀତିନୀତି ଅନୁଯାୟୀ କାର୍ତ୍ତିକ ମାସ ଏକ ଧର୍ମର ମାସ l ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଲିପ୍ତ ରହି ପୁଜା ପଦ୍ଧତି ପାଳନ କରିଥାନ୍ତି ଏଵଂ ନଦିଆ କୀର୍ତ୍ତନ ଧରି ସଙ୍କୀର୍ତ୍ତନ ମଣ୍ଡଳୀ ସକାଳ ଓ ସନ୍ଧ୍ୟା ନଗର ପରିକ୍ରମା କରିଥାଆନ୍ତି l ଏହି ସମୟରେ ବିଶେଷ କରି ପରିବାର ମାନଙ୍କରେ ଆମିଷ ପ୍ରବେଶ ନିଷେଧ ଥାଏ । ନିଜ ପୁଜା ପଦ୍ଧତିରୁ ଓହରିବା ପରେ ଦୀର୍ଘ ଦିନର ବ୍ୟବଧାନ ପରେ ଆମିଷ ପ୍ରିୟ ଲୋକେ ଛାଡଖାଇ ଦିବସରେ ପୁଣି ଥରେ ଆମିଷ ଭୋଜନ କରିଥାଆନ୍ତି । ଛାଡ଼ ଖାଇ ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବଜାରର ଆମିଷ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି l ବ୍ରାହ୍ମଣୀଗାଁରେ ଦୁଇଟି ମାଛ ଦୋକାନ ଚାଲିଥିବା ବେଳେ ୫ଟି ଚିକେନ୍ ଓ ଦୁଇଟି ମଟନ ଦୋକାନ ଚାଲିଛି l ହେଲେ ମୋହନ ବେହେରା ନାମକ ଜଣେ ବ୍ୟବସାୟୀ ପ୍ରତିଦିନ ଅଡବାରୁ ମାଛ ଆଣି ବିକ୍ରି କରୁଥିବା ବେଳେ ଦୈନିକ ୫୦ ରୁ ୬୦ କେଜି ମାଛ ବିକ୍ରୀ କରୁଥିବା ବେଳେ ଛାଡଖାଇ ଦିନ ସକାଳ ୯ଟା ସୁଦ୍ଧା ପ୍ରାୟ ୧୨୦ମାଛ ବିକ୍ରୀ କରିଥିବା କହିଛନ୍ତି l ସେହିପରି ଅନ୍ୟାନ୍ୟ ଆମିଷ ବଜାରରେ ମଧ୍ୟ ଭିଡ଼ ଜମିଥିବା ବେଳେ ବିଭିନ୍ନ ସ୍ଥାନରେ ବଣଭୋଜିର ଆସର ଜମିଥିବା ଜଣା ପଡ଼ିଛି ।