ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପଙ୍ଗା 59 ଜାତୀୟ ରାଜ୍ୟ ରାଜପଥରେ ଦୁର୍ଘଟଣାରେ ଜଣେ ମୃତ୍ୟୁ ଏବଂ 3 ଆହତ । ବାଇକ୍ ମୂହମୁହି ଧକ୍କା ହେବା ଫଳରେ ଗୋଟିଏ ବାଇକ୍ ଦୁଇ ଜଣ ମଧ୍ୟରୁ ଅନ୍ୟ ପକ୍ଷରେ ଘାଟି ଉଠୁଥିବା ଏକ ମାଲବାହୀ ଟ୍ରକ ଚକା ତଳେ ପଡି ଯିବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ ହୋଇଥିବା ବେଳେ ତିନି ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ନିକଟରେ । ମୃତ ବ୍ୟକ୍ତି ବିଷ୍ଣୁ ଚରଣ ପ୍ରଧାନ ସହିତ ଗୋପାଳ ପ୍ରଧାନ ଥିବା ସୂଚନା ମିଳିଛି । ଗୋପାଳଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ମେଡିକାଲ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ବାଇକ୍ ଆରୋହୀ ମଧ୍ୟରୁ ଦୁଇ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲ ଭର୍ତ୍ତି ହେଇଥିବା ସୂଚନା ମିଳିଛି । ସୂଚନା ମୁତାବକ ମୃତ ବିଷ୍ଣୁ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସାମନବାଡି ଗାଁର ତୁମୁଡ଼ିବନ୍ଧ ପଟରୁ ନିଜ ଗାଁ ସାମନବାଡି ଯିବା ସମୟରେ ବାଲିଗୁଡ଼ା ଠାରୁ ପରମପଙ୍ଗା ପଞ୍ଚାୟତ ସୁକୁଙ୍ଗିଆକୁ ଯାଉଥିବା ପିନସ୍ ଦିଗାଲ, ରାଜିମିତା ଦିଗାଲ ସହିତ ମୁହାଁମୁହିଁ ଧକା ହୋଇ ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରକ୍ ଭଞ୍ଜନଗର ଯିବା ସମୟରେ ଏଭଳି ଦୁର୍ଘଟଣା ଶିକାର ହୋଇଥିବା କାରଣରୁ ବାଧ୍ୟ ହୋଇ ଟ୍ରକଟି ନିଜର ସୁରକ୍ଷା ଦୃଷ୍ଟିରେ ରଖି ବାଲିଗୁଡ଼ା ଥାନାରେ ହାଜିର୍ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ବାଲିଗୁଡ଼ା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ୍ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ଏପ୍ରକାରର ଦୁର୍ଘଟଣା ଏହି ଅଞ୍ଚଳରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି ।