ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ୫୯ ନମ୍ୱର ଜାତୀୟ ରାଜପଥ ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ଧକ୍କାରେ ବିଜୁ ଜନତା ଦଳର ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ ଆହତ ହୋଇଛନ୍ତି I
ବିଜେଡି ସଭାପତି ଟୁନା ଦାସ ସ୍କୁଟି ଯୋଗେ ମହାସିଂ ଯାଉଥିବା ବେଳେ ଧକ୍କା ହୋଇଯାଇଛି I ଯାହାଦ୍ଵାରା ଟୁନା ଦାସ ଆହତ ହୋଇଥିବା ଜଣା ପଡ଼ିଛି I ଘଟଣା ସ୍ଥଳରେ ବାଲିଗୁଡ଼ା ପୁଲିସ୍ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଚଳାଇଛି I