ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବେ ଲୋକନାଥ ପାଢ଼ୀ ମନୋନୀତ ହୋଇଛନ୍ତି I ସାଂସଦ ଡ ଅଚ୍ୟୁତ ସାମନ୍ତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନିଜ ପ୍ରତିନିଧି ଭାବେ ତାଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି I
ସାଂସଦ ପ୍ରତିନିଧି ଭାବେ ଲୋକନାଥ ପାଢ଼ୀ ଘୋଷଣା ହେଲା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି I ଏହି ପଦବୀ ପାଇବା ପରେ ବାଲିଗୁଡା ସହରର କିପରି ବିକାଶ ହେବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ସାଂସଦ ପ୍ରତିନିଧି I