ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଟିକାବାଲି ଠାରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି I ଏନେଇ ଅନେକ ଥର ମୌଖିକ ଭାବରେ ବିଭାଗୀୟ କର୍ମଚାରୀ ଆର ଡବ୍ଲୁ ଏସ ଏସ ଯେଇ ଟିକାବାଲି ସ୍ଥାନୀୟ ବାସିନ୍ଧା ଯାଇ ଅଭିଯୋଗ କରିଥିଲେ କିନ୍ତୁ କୋୖଣସି ସୁଫଳ ହେଉନାହିଁ I ବିଭାଗୀୟ ଯନ୍ତ୍ରୀ ମେଘା ପାନୀୟ ଜଳ ପ୍ରକଳ୍ପର ଆଳ ଦେଖାଇ ବ୍ଲକର କୌଣସି ଗାଁରେ ପାନୀୟ ଜଳର ଠିକ ବ୍ୟବସ୍ଥା ନ ଥିବା ଅଭିଯୋଗ ହେଉଛି I 

ସେଥିମଧ୍ୟରୁ ଟିକାବାଲିର ଟାଉନରେ ଥିବା କେଉଟସାହି, ଭୋଇସାହି, ଖଦାଳସାହି, ମାଷ୍ଟ୍ରପଡା, କଦାରସାହି, ନୁଆଁ ସାହି, ପଠାଣସାହି, ହାଟପଦାସାହି, ବ୍ଲକ୍ କଲେନ୍, ଡି ଆଇ ଟି, ଏଭଳି ବିଭିନ ସାହିକି ଘରଘର ପିଇବାପାଣି ସଂଯୋଗ କରାଯାଇଛି I ବର୍ତ୍ତମାନ ସାଲୁଙ୍କି ନଦୀଠାରେ ପମ୍ଫହାଉସ୍ ରହିଛି I ପମ୍ଫହାଉସ୍ ଠାରୁ ପାଇପ୍ ଆସି ବଜାର ରାସ୍ତା ମଝି ଦେଇ ଯାଇଛି I ପାଇପ୍ ବିଭିନ ସ୍ଥାନରେ ଫାଟିଥିବାରୁ ରାସ୍ତା ମଝିରେ ଦିନ ଓ ରାତି ପାଣି ଜମା ହୋଇ ରହୁଛି I ଏହାକୁ ନେଇ ପଞ୍ଚୟତର ଦାୟିତ୍ବରେ ଥିବା କର୍ମଚାରୀ ଓ ଆର୍ଡବ୍ଲୁଏସ୍ଏସ୍ କନିଷ୍ଠଯନ୍ତ୍ରୀଙ୍କୁ ମଧ୍ୟ ଅଞ୍ଚଳବାସୀ ଅବଗତ କରି ଥିଲେ କିନ୍ତୁୁ ଆଜିପର୍ଯ୍ୟନ୍ତ କୌଣସି ସମାଧାନ କରା ଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I କିଛିଦିନ ହେଲା ଧର୍ମଶାଳା ଛକଠାରୁ ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ପାଣି ପାଇ ପାରୁନ ଥିବାରୁ ସାହିର ବାବୁଲା ସାମନ୍ତରାୟ , ସୋମନାଥ ମହାନ୍ତି, ଶୁଭେନ୍ଦୁ ଭୋଇ, ରଞ୍ଜିତ ଭୋଇ, କୁର୍ତିବାସ ଭୋଇ, ପ୍ରବିଣ ମହାପାତ୍ର, ରାଧାକାନ୍ତ ସାମଲ, ବାବୁଲି ସାମଲ, ଭାଗବତ ପ୍ରଧାନ, ରାକେଶ ମିଶ୍ର, ସନ୍ତୋଷ ବେହେରା, ଜାଟା ଭୋଇ, ଓକିଲ ଭୋଇ, ଜୟପଣ୍ଡା, ଡୁଲୁ ଭୋଇ, ନିଲୁଭୋଇ, ପ୍ରଫୁଲ ସାହୁ ଏବଂ ମହିଳା ମାନେ ଧର୍ମଶାଳା ଛକର ରାସ୍ତାରେ ନିଜ ନିଜର ହଣ୍ଡା ମାଠିଆ ଧରି ଧାରଣାରେ ବସିଥିଲେ I ଯାହା ପାଇଁ ଯାନ ବାହାନ ଚଳାଚଳରେ ବାଧାସୃଷ୍ଟି ହୋଇ ଥିଲା I ଖବର ପାଇବା ପରେ ଘଟଣା ସ୍ଥଳକୁ ଗୋଷ୍ଠୀଉନ୍ନୟନ ଅଧୀକାରୀ ଫକିର ଚରଣ ପରିଡା, ଥାନା ଅଧୀକାରି ଅଜୟ ସ୍ବଇଁ, ଆର ଡବ୍ଲୁ ଏସ୍ ଏସ୍ କନିଷ୍ଠ ଯନ୍ତ୍ରୀ ନାରାୟଣ ନାୟକ ପହଞ୍ଚି ସମସ୍ୟାକୁ ସମାଧାନର ପ୍ରତିଶୃତି ଦେଇ ଥିଲେ I ଏହି ସମସ୍ୟାକୁ ନେଇ ସମସ୍ୟାର ଯଥା ଶିଘ୍ର ସମାଧାନ ପାଇଁ ସ୍ଥାନୀୟ ବିଡିଓ ସ୍ଥାନୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇ ଥିଲେ I ଘଟଣା ସ୍ଥଳରେ ଉପସ୍ଥିତ ସରକାରୀ କର୍ମଚାରୀ ଜନସାଧାରଣଙ୍କୁ ବୁଝାସୁଝା କରିବାପରେ ଲୋକମାନେ ରାସ୍ତାରୁ ହଟିଥିଲେ I ଘଟଣା ବିଷୟରେ ଟିକାବାଲି ସରପଞ୍ଚଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇ ଥିଲା କିନ୍ତୁ କୌଣସି ଯୋଗାଯୋଗ ହୋଇ ପାରିନଥିଲା I ଏହି ଉତ୍କଟ ପାନୀୟ ଜଳ ସମସ୍ୟାକୁ ଯଥା ସମ୍ଭବ ସମାଧାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I