ଅନୁସନ୍ଧାନ ଭାରତ(ବ୍ୟୁର): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ I ଜଣେ ହିତାଧିକାରୀଙ୍କ ଠାରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଗାଇ ଦେବା ପାଇଁ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି I 

ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ତରଗାବାଲି ଗ୍ରାମର ସାଦେ ମାଝୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏଥିରେ ସାଦେ ମାଝୀ ପୁଅ ଧର୍ମେନ୍ଦ୍ର ମାଝୀଙ୍କ ଜରିଆରେ ଟଙ୍କା ପଠାଇଥିବା କହି ଥିଲେ I ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଧର୍ମେନ୍ଦ୍ର ମାଝୀ ୧୦ ହଜାର ଟଙ୍କା ବ୍ଳକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଦାନ କରିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ I ଏହି ଚଡ଼ାଉରେ ଫୁଲବାଣୀ ଡିଏସପି ଅରୁଣ କୁମାର ନାୟକ, ବ୍ରହ୍ମପୁର ଡିଏସପି ସବିତାଞ୍ଜଳି ନାୟକ, ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକ , କଂଷ୍ଟେବଲ ନାରାୟଣୀ ସେଠୀ, ସାନ୍ତୁନ କୁମାର ବେହେରା ସାମିଲ ଥିଲେ I