ଅନୁସନ୍ଧାନ ଭାରତ(ବ୍ୟୁର): ଜନ ବିକାଶ ସ୍ବେଛାସେବୀ ଅନୁଷ୍ଠାନ କ.ନୂଆ ଗାଁ ଆନୁକୂଲ୍ୟରେ ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିର କରନାରେ ଆକ୍ରାନ୍ତ ଓ କରନା ରେ ମୃତ୍ୟୁବରଣ କରିଥିବା ପରିବାର ମାନଙ୍କୁ ଜନ ବିକାଶ ନିର୍ଦେଶକ ମଦନ ସୁଆଲ ସିଂଙ୍କ ତତ୍ୱବାଧାନରେ ଜନ ବିକାଶ କର୍ମୀମାନେ ଆଜି ବୁଲି ବୁଲି ପୀଡ଼ିତ ପରିବାରମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିବା ସହ ଆଗକୁ ଆସୁଥିବା ତୃତୀୟ ଲହରରେ କିଭଳି କନ୍ଧମାଳ ବାସି ସୁରକ୍ଷିତ ରହିବେ ତାହା ବୁଝାଇଥିଲେ
I ଉକ୍ତ ରାସନ ବଣ୍ଟନ କାର୍ଯ୍ୟକ୍ରମରେ ଜନବିକାଶ କର୍ମୀ ସଦାନନ୍ଦ ପରସେଟ ସହିତ ଉଦୟଗିରି ବ୍ଲକର ସମାଜସେବୀ ଏନ ରାଜାରାଓ, ଜାକେଶ ପ୍ରଧାନ, ଛଟୁ ବାବୁ ସହଯୋଗ କରିଥିଲେ ଓ ମୃତ୍ୟୁବରଣ କରିଥିବା ପରିବାରମାନକୁ ଜନ ବିକାଶ କର୍ମୀ ସମବେଦନା ଜଣାଇଥିଲେ । ଏଭଳି ସାହାଯ୍ୟ ସହଯୋହ ଓ ସଚେତନ ନିମନ୍ତେ ବୁଦ୍ଧିଜୀବି ଓ ଜନ ସାଧାରଣଙ୍କ ଜନବିକାଶ ନିର୍ଦେଶକ ଓ କର୍ମୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ ସହିତ ପ୍ରଶଂଶା କରିଛନ୍ତି I