ଭଞ୍ଜନଗର(ନିଲୁ ବିଷୋୟୀ): ଦୀପାବଳିକୁ ଆଖିରେ ରଖି ବିଭିନ୍ନ ସ୍ଥାନରେ ଏବେ ବେଆଇନ ବାଣ ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥଳେ ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର ପୁଲିସ କୌଣସି ସୁତ୍ରରୁ ଖବର ପାଇ ନିକଟସ୍ଥ ତୁଳସିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୩୦ କେଜି ବାରୁଦ ସହ ବିଭିନ୍ନ ପ୍ରକାରର ବାଣ ଜବତ କରିଛି । ଏହା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୁମାର ମୁଦୁଲି ସୁଚନା ଦେଇଛନ୍ତି । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଭଞ୍ଜନଗର ଥାନାର ଏଏସଆଇ ଶରତ ଚନ୍ଦ୍ର ପଣ୍ଡା ଓ ଅନ୍ୟ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ବେଆଇନ ବାଣ ପ୍ରସ୍ତୁତି ନେଇ ବିଶେଷ ସୂତ୍ରରୁ ଖବରପାଇ ତୁଳସୀପଲ୍ଲୀ ଗାଁର ଦିଲ୍ଲୀପ କୁମାର ସାହୁଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ତାଙ୍କ ଘରୁ ୩୦ କେଜି ଗନ୍ ପାଉଡର(ବାରୁଦ) ଏବଂ ବିଭିନ୍ନ ପ୍ରକାରର ବାଣକୁ ଜବତ କରିଥିଲେ । ଏହି ଘଟଣାରେ ୯୭୩/୨୪ରେ ଏକ ମାମଲା ରୁଜୁ କରି ଭଞ୍ଜନଗର ପୁଲିସ ଦିଲିପଙ୍କୁ କୋର୍ଟ ଚାଲାଣ କରିଛି ।