ଘୁ.ଉଦୟଗିରିରେ ସଂମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କଲା ଏନଏସି….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଆକଳନ ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ପୂରା ରାଜ୍ୟରେ ସତର୍କ ସୂଚନା ଜାରି ହୋଇଥିବା ବେଳେ ଆଜି ଘୁ.ଉଦୟଗିରି ଏନଏସି ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏନଏସି ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ୨୪ ତାରିଖରୁ ୨୫ ପଯ୍ର୍ୟନ୍ତ ଜନସାଧାରଣ ସୁରକ୍ଷିତ ସ୍ଥାନରେ ରହିବା ସହିତ ନିଜ ନିଜର ଗ୍ରୁହପାଳିତ ପଶୁମାନକୁଂ ସୁରକ୍ଷିତ ସ୍ଥାନରେ ରଖିବା ସହିତ ଆବଶ୍ୟକ ଖାଦ୍ୟ ସାମଗ୍ରୀ ସହିତ ଔଷଧ ମହଜୁଦ ରଖିବାକୁ ଅନୁରୋଧ କରାଯାଇଛି । କାରଣ ଏହି ବାତ୍ୟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଂଗକୁ ପବନର ବେଗ ଅଧିକ ରହିବାର ସମ୍ଭାବନା ରହିଛି । ତେଣୁ ବାତ୍ୟା ସମୟରେ ସତର୍କ ରହିଲେ ହିଁ ସୁରକ୍ଷିତ ରହିପାରିବା । ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀମାନେ ଆତକିଂତ ରହିଥିବା ବେଳେ କଚ୍ଚା ଘରେ ବସବାସ କରୁଥିବା ଲୋକମାନକଂ ଆଖିରୁ ନିଦ ହଜି ଯାଇଛି । ଏହି ପ୍ରଚାର ପରେ ସେହି ଅସହାୟ  କଚ୍ଚା ଘରେ ବସବାସ କରୁଥିବା ଲୋକମାନେ ଅଧିକ ଭୟଭୀତ ହୋଇ ପଡିଛନ୍ତି ।