ଦାରିଙ୍ଗବାଡ଼ି ଠାରେ ବିଜେଡିର ଜନସମ୍ପର୍କ ଯାତ୍ରା, ନିର୍ବାଚନୀ ବେଳେ ଭାଜପା ଦେଇଥିବା ମିଥ୍ୟା ପ୍ରତିଶୃତି ଉପରେ ବର୍ଷିଲେ ନେତା….

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ଆଜି ଜନସମ୍ପର୍କ ପଦଯାତ୍ରା ସହିତ ଏକ ବୈଠକ ପୂର୍ବତନ  ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଦଳର ରାଜ୍ୟ ଉପସଭାପତି ତଥା ସାଙ୍ଗଠନିକ ଅଧ୍ୟକ୍ଷ  ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଳର ରାଜ୍ୟ ମୁଖପାତ୍ର ଭୃଗୁବକ୍ସି ପାତ୍ର, ଗଞ୍ଜାମ ଜିଲାର ଦଳୀୟ ବରିଷ୍ଠ ନେତା ରଞ୍ଜନ ପଲେଇ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମାଲକାନ୍ତ ପାଣ୍ଡେ, ଘୁ. ଉଦୟଗିରି ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଗ, ଜିଲ୍ଲାପରିଷଦ ସଦସ୍ୟ ନୀଳିମା ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଦଳର ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ସମସ୍ତେ ଦାରିଙ୍ଗବାଡି ର ତହସିଲ କାର୍ଯ୍ୟାଳୟ ନିକଟରୁ ଦଳୀୟ ପତାକା ଓ ନାରାବାଜି ସହ ଏକ ବିରାଟ ଶୋଭାଯାତ୍ରାରେ  ଜନସମ୍ପର୍କ ପଦ ଯାତ୍ରାରେ ବାହାରି ମିଶ୍ର କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଆୟୋଜିତ  ବୈଠକରେ ଭାଜପାର ଡବଲ ଇଞ୍ଜିନ ସରକାର ଲୋକଙ୍କୁ  ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇଛି ଏବଂ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଭତ୍ତା ୩ ହଜାର ପ୍ରଦାନ, ବିଦ୍ୟୁତ ୩ ଶହ ୟୁନିଟ ଛାଡ଼, ସୁଭଦ୍ରା ଯୋଜନାରେ  ୫୦ ହଜାର ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇ ଥିଲେ l କିନ୍ତୁ ଏବେ ମାତ୍ର ୫ ହଜାର ଦେବା ଭଳି ଅନେକ ମିଥ୍ୟା ପ୍ରତିଶୃତିକୁ ନେଇ ଦଳୀୟ ନେତା ମାନେ  ବର୍ଷିବା ଦେଖିବାକୁ ମିଳିଥିଲା । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡିକୁ ଜିତାଇବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା ।