ଟିକାବାଲି ସାମ୍ବାଦିକ ଆକ୍ରମଣ ଘଟଣା: କ୍ଷମା ପ୍ରାର୍ଥନା କଲେ ଟିକାବାଲି ଯାତ୍ରା କମିଟିର ସଦସ୍ୟ, ଅନ୍ତ ଘଟିଛି ସାମ୍ବାଦିକ ଓ ବଜାର ଯାତ୍ରା କମିଟି ମଧ୍ୟରେ ଥିବା ତିକ୍ତତା…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସାମ୍ବାଦିକ ସଂଘ ଓ ଟିକାବାଲି ଯାତ୍ରା କମିଟି ମଧ୍ୟରେ ଲାଗିରହିଥିବା ତିକ୍ତତା ଅନ୍ତ ଘଟିଛି l ସୂଚନା ପ୍ରକାରେ ଗତ ତା -୧୫/୧୦/୨୦୨୪ ରିଖରେ ଦଶହରା ଉପଲକ୍ଷେ ଟିକାବାଲିରେ ଏକ ଅପେରା ମଞ୍ଚସ୍ତ ହୋଇଥିଲା l ଉକ୍ତ ଯାତ୍ରାରେ ଯୋଗଦେବା ପାଇଁ ଯାତ୍ରା କମିଟିର ସଭାପତି ତନୁଜ କୁମାର ଭୋଇ ଟିକାବାଲି ସାମ୍ବାଦିକ ସଂଘର କର୍ମକର୍ତା ଯଥା କ୍ରମେ ସଭାପତି ସାନୁଜ କୁମାର ବେହେରା, ସମ୍ପାଦକ କୁନା ଡିଗାଲ, ଓ କୋଷାଧକ୍ଷ ହେମନ୍ତ ମୁଖୀଙ୍କୁ ନିମନ୍ତ୍ରଣ କରିଥିଲେ l ତଦ ଅନୁସାରେ ତାଙ୍କୁ ସୁସମ୍ମାନ ସହିତ ବସିବାକୁ ଚେୟାର ଦିଆଯାଇଥିଲା l କିଛି ସମୟପରେ କିଛି ଭଲ୍ୟୁଣ୍ଟର ଆସି ଉକ୍ତ ସାମ୍ବାଦିକଙ୍କୁ ସିଟି ଛାଡିବାକୁ କହିଥିଲେ l ସର୍ବସମ୍ମୁଖରେ ଏପରି ବ୍ୟବହାର ଦେଖାଇଥିବାରୁ ନିମନ୍ତ୍ରିତ ସାମ୍ବାଦିକ ବନ୍ଧୁ ନିଜକୁ ଅପମାନ ଅନୁଭବ କରିଥିଲେ l ଅପର ପକ୍ଷରେ ଯାତ୍ରା ଦେଖିବାକୁ ଆସିଥିବା କିଛି ଲୋକଙ୍କ ମଧ୍ୟରେ ମାରପିଟ ଘଟଣା ମଧ୍ୟ ଘଟିଥିଲା l ଗୋଟିଏ ପଟେ ସାମ୍ବାଦିକଙ୍କୁ ଅପମାନ ଅନ୍ୟ ପଟେ ମlରପିଟ ଘଟଣାକୁ କେନ୍ଦ୍ରକରି ୧୬/୧୦/୨୦୨୪/ରେ ଏକ ପର୍ଟାଲରେ ନିୟୁଜ ପ୍ରସାରଣ ହୋଇଥିଲା l ଏହି ନିୟୁଜ ପ୍ରସାରଣକୁ ନେଇ ଯାତ୍ରା କମିଟିର କିଛି କର୍ମୀ ସାମ୍ବାଦିକମାନଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ ଏବଂ କଙ୍ଗାରୁ କୋର୍ଟ ପରି ଜୋରଜବରଜସ୍ତ  ଟିକାବାଲି ବସଷ୍ଟାଣ୍ଡ ପ୍ରାଙ୍ଗଣରେ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ  ଏବଂ ପରମୁହୂର୍ତରେ କ୍ଷମା ମାଗିଥିବା ଭିଡିଓକୁ ଭାଇରଲ କରିଥିଲେ ଯାତ୍ରା କମିଟର କିଛି ବ୍ୟକ୍ତି l ଏହା କନ୍ଧମାଳ ଜ଼ିଲ୍ଲା ସମେତ ସାରା ଓଡ଼ିଶାର ସାମ୍ବାଦିକଙ୍କ ଉପରେ ଘୋର ଅପମାନ ଏବଂ ଲଜ୍ୟା ଥିଲା l ଯାହାରୀ ଫଳରେ ଅଲ ଓଡିଶା ସାମ୍ବାଦିକ ସଂଘ ମୁଣ୍ଡ ଟେକିବାକୁ ବାଧ୍ୟ ହୋଇଥିଲା l ଫଳ ସ୍ୱରୂପ ଆଜି ଏସଡିପିଓ ବିଜୟ କୁମାର ବିଶି, ଏସି ମୋର୍ଚା ରାଜ୍ୟ ଉପସଭାପତି ରାମବିଶି ଦିଗାଳ, ବ୍ଲଜ ଚେୟାରମ୍ୟାନ ଦିଲୀପ କହଁର, ତହସିଲଦାର ନର୍ମଦା ନାୟକ, ବିଡ଼ିଓ ନାରାୟଣ ଦୀକ୍ଷିତ, ପ୍ରକାଶ ଭୋଇ ଏବଂ ଅନ୍ୟାନ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ଯାତ୍ରା କମିଟିର ସଭାପତି ତନୁଜ କୁମାର ଭୋଇ, ସମ୍ପାଦକ ଲିଙ୍ଗରାଜ ନାୟକ, ସୁଶାନ୍ତ ନାୟକ, ମାନଭଂଜନ ବେହେରା, ଚକ୍ରପାଣି ସାହୁ, କାଳିଆ ସାହୁ, ପ୍ରମିସ୍ ଦିଗାଲ, ବିରୁ ଜେନା, ରଞ୍ଜନ ମହାନ୍ତି ନିଜର ଭୁଲ ବୁଝିପାରି ଟିକାବାଲି ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକମାନଙ୍କୁ  କ୍ଷମା ପ୍ରାଥନା କରିଥିଲେ l ଯାହାକି ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଅନ୍ତଘଟି  ସୁସମ୍ପର୍କ ସ୍ଥାପନ ହୋଇଥିଲା l ଆଗାମୀ ଦିନରେ ଏ ପରିଅମାନୁଷିକ ଘଟଣା ପୁନରାବୃତି ହୁଏ ତେବେ କାହାରିକୁ କ୍ଷମା ଦିଆଯିବ ନାହିଁ ବୋଲି ମତ ସାବ୍ୟସ୍ତ କରିଥିଲେ ଏସଡିପିଓ ଶ୍ରୀ ଯୁକ୍ତ ବିଶି l