ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ ୱାର୍ଡ ପାଇଁ ଦୁଇ ଜଣ ପ୍ରାର୍ଥୀ ପାର୍ଥ ପତ୍ର ଦାଖଲ କରିଥିଲ । ଏଥିରେ ନରତମା ପାତ୍ର ବିଜୟ ହୋଇଥିବା ବେଳେ ୱାର୍ଡ ସଭ୍ୟ ପ୍ରତିଦ୍ବନ୍ଦିତା କରୁଥିବା ଜୟନ୍ତି ପଟ୍ଟନାୟକ ନରତମା ପାତ୍ରଙ୍କ ଚାରିଗୋଟି ସନ୍ତାନ ଥିବା ଅଭିଯୋଗ ଆଣିଥିଲେ । କିନ୍ତୁ ନରତମା ପାତ୍ର ନିଜର ଦୁଇଟି ସନ୍ତାନ ଥିବା ଦର୍ଶାଇ ନିର୍ବାଚନ ଲଢିଥିଲେ । ଏହାକୁ ଚାଲେଞ୍ଜ କରି ଜୟନ୍ତୀ ପଟ୍ଟନାୟକ  ପଞ୍ଚାୟତ ରାଜ ବିଭାଗ ଓ ବ୍ଳକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ପରେ ଏହି ମାମଲା ମୋହନା କୋର୍ଟରେ ପହଞ୍ଚିଥିଲା । ଉକ୍ତ ମାମଲାର ରାୟ ନିକଟରେ ମୋହନା କୋର୍ଟ ଦେଇଥିଲା । ଏଥିରେ ଜୟନ୍ତୀ ପଟ୍ଟନାୟକଙ୍କ ବିଜୟ ହୋଇଛି । ଯାହାକୁ ନେଇ ଜୟନ୍ତୀ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ ଗଣ ମାଧ୍ୟମକୁ କହିଛନ୍ତି ଡେରିରେ ହେଉପଛେ ପ୍ରକୃତ ସତ୍ୟ ପଦାକୁ ଆସିଛି ଓ ନ୍ୟାୟଳୟ ତାଙ୍କୁ ଠିକ ନ୍ୟାୟ ପ୍ରଦାନ କରିଛନ୍ତି ।   ସେଥିଲାଗି ତ ସେ ବହୁ ସଂଘର୍ଷ କରିଥିଲେ ମଧ୍ୟ ଆଜିର ବିଜୟ ପାଇଁ ସେ ସବୁ ସଂଘର୍ଷ ଭୁଲି ଖୁସିଥିବା କହିଛନ୍ତି ।