ଗଜପତି ଜିଲ୍ଲାରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ପାରଳା ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡ଼ି ସମନ୍ନିୟ କମିଟି ଅଧକ୍ଷ ଦେବି ପ୍ରସାଦ ମିଶ୍ର, ବିଜେଡ଼ି ମୁଖପାତ୍ର ଭୃଗୁ  ବକ୍ସସି ପାତ୍ର, ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରାଜ୍ୟ ସମ୍ପାଦକ ପ୍ରଦୀପ ନାଇକ, ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ଅଧକ୍ଷ ଓ ଅଧକ୍ଷା, ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏବଂ ବିଜୁ ଜନତା ଦଳର ବିଜୁ କର୍ମୀମାନେ ଯୋଗଦେଇ  ରାଜନଗରରୁ ଆରମ୍ଭ ହୋଇ ପୌର ପରିଷଦ ପର୍ଯ୍ୟନ୍ତ ଏହି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହାଇଥିଲା  l ଏହି ପଦଯାତ୍ରାରେ ଭାରତୀୟ ଜନତା ପାର୍ଟିର ମିଥ୍ୟା ପ୍ରତିଶୃତି ଦରଦାମ ବୃଦ୍ଧି ମଦମୁକ୍ତ ଓଡିଶା ଏହି କେତେକ ମିଛ ପ୍ରତିଶୃତି ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା l ଭାରତୀୟ ଜନତା ଦଳ ଉପରେ ବର୍ଷୀଲେ ରାଜ୍ୟ ବିଜେଡ଼ି ନେତା ଦେବି ପ୍ରସାଦ ମିଶ୍ର ବିଜେପିକୁ ରଙ୍ଗ ବଦଳାଇ ବା ନାମ ପରିବର୍ତ୍ତନ କରିବା ଦଳ କହିବା ସହ ପାରଳା ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ପରିଚାଳନା ରେ ଏହି ଜନସମ୍ପର୍କ ପଦଯାତ୍ରା ହୋଇଥିଲା l