ଜେସିବି ସହ ପିଟିହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଠାରେ ବିପରୀତ ଦିଗରୁ ଆସୁଥିବା ଜେସିବି ସହ ବାଇକଟି ପିଟି ହୋଇ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୂତ୍ୟୁ ଘଟିଛି । ସୂଚନା ଅନୁସାରେ, ଗତକାଲି ସଂଧ୍ୟା ବେଳେ କଇଁପୁର ପଞ୍ଚାୟତ ଅନ୍ତର୍ଗତ ଲୁମୁଡାସିଂ ଗ୍ରାମର ଶିବରାମ ଭୁୟାଁ( ୨୮ )  ଓ ମୋହନ ବଡମୁଣ୍ଡି( ୨୩ ) ବାଇକ (OD O2BL 2237) ସାହାଯ୍ୟରେ ନିଜ ଗାଁକୁ ଫେରୁଥିବାବେଳେ ଜିରାଙ୍ଗ ପୁଲିସ ବିଟ ସମ୍ମୁଖ ଠାରୁ ଅଳ୍ପ ଦୂରରେ ଗୋଟିଏ ଜେସିବି( AP 30 AP 1952 ) ଦେହରେ ପିଟି ହୋଇ ବାଇକ ଚାଳକ ଶିବ ଗୁରୁତର ହୋଇଥିଲେ । ଜିରାଙ୍ଗ ଥାନା ଅଧିକାରୀ କେଭି ରାବଣା ନିଜ ବାଇକ ସାହାଯ୍ୟରେ ଜିରାଙ୍ଗ ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତରଖାନାରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ନଥିବାରୁ  ଆମ୍ବୁଲ୍ୟାନସ ସହ ଯୋଗାଯଗ କରି ଆମ୍ବୁଲ୍ୟାନସରେ ପାରଳାଖେମୁଣ୍ଡି ପଠାଇଥିଲେ । ପାରଳାଖେମୁଣ୍ଡି ଯାଉଥିବା ବେଳେ ଆହାତ ଶିବ ଗୁରୁତର ହୋଇଯିିବାରୁ, ଆମ୍ବୁଲେନସରେ ଥିବା ଶିବଙ୍କ ନିଜଲୋକ ରାୟଗଡ ଡାକ୍ତରଖାନାକୁ ନେବାକୁ କହିଥିଲେ । ରାୟଗଡ ଡାକ୍ତରଖାନାର ଡାକ୍ତର ଶିବକୁ ମୃତ ଘୋଷଣା କରିଥିଲେ।  ଜେସିବି ଓ ବାଇକ ଦୁଇଟିକୁ ଜିରାଙ୍ଗ ଥାନା ଜବତ କରିଛି ଜେସିବି ଚାଳକକୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି । ତେବେ ଏଇ ଖବର ପାଇ କଇଁପୁର ସରପଞ୍ଚ କୈଳାସ ଶବର ଜିରାଙ୍ଗ ଆସି ପହଞ୍ଚିଥିଲେ । ଜିରାଙ୍ଗ ଡାକ୍ତରଖାନାରେ କର୍ମଚାରୀ ନଥାଇ ଚିକିତ୍ସାଅଭାବରୁ ଏହି ମୃତ ଘଟଣା ଘଟିଥିବା ନିନ୍ଦାକରିଥିଲେ। କାରଣ ଜିରାଙ୍ଗ ଡାକ୍ତରଖାନାରେ ପ୍ରାୟ ଡାକ୍ତର ରହୁନ ଥିବାରୁ  ଲୋକେ ଅନେକ ହନ୍ତସନ୍ତ ହେଉଥିବା କହିଛନ୍ତି ସରପଞ୍ଚ ଶ୍ରୀ ଶବର ଓ ଜିରାଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରକୁ. ପ୍ରଶାସନ ଦୃଷ୍ଟି ଦେବାକୁ  ଅନୁରୋଧ ମଧ୍ୟ କରିଛନ୍ତି।