ଅଡବା ଥାନା ଅନ୍ତର୍ଗତ ମାନ୍ଦ୍ରାବାଯୁ ଗାଁ ନିକଟସ୍ଥ ଜଙ୍ଗଲରେ ଜୁଆ ଆଡ୍ଡା ଚଢ଼ାଉ, ୫ ଗିରଫ…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଅଡବା ଥାନା ପକ୍ଷରୁ ଜୁଆ ଆଡ୍ଡା ଚଢ଼ାଉ କରାଯାଇଛି l ଏହି ଚଢାଉ ରେ ୫ ଜଣ ଯୁବକ ଗିରଫ । ଗତକାଲି ବିଳମ୍ବିତ ରାତ୍ର ୩ ଘଣ୍ଟା ସମୟରେ ଅଡବା ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ରାଇପଙ୍କା ଗାଁ ନିକଟସ୍ଥ ମାନ୍ଦ୍ରାବାଯୁ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ଜାଣିବାକୁ ପାଇଥିଲା । ସେହି ଜୁଆ ଆଡ୍ଡାରେ ଚଢ଼ାଉ କରି ଦଶ ହଜାର ପଚାଶ ଟଙ୍କା ଜବତ କରିବା ସହ ଦୁଇଟି ତାସ କାଟା, ୬ ଗୋଟି ବାଇକ୍ ଓ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ନେଇ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।