ନିଆଁ ଲାଗି ଜଳିଗଲା କୃଷି ଯନ୍ତ୍ରପାତି…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ପଞ୍ଚାୟତ ରାଇପଲ୍ଲୀ ଗ୍ରାମର ଜୟକୃଷ୍ଣ ନାୟକଙ୍କ କୃଷି ଯନ୍ତ୍ରପାତି ଓ ମୋପେଡ଼ ଗାଡି ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଲାଗି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପ୍ରକାରେ ଆଜି ସକାଳ ସମୟରେ ଜୟକୃଷ୍ଣଙ୍କ ଷ୍ଟୋର ରୁମରେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିଲା । ଉକ୍ତ ରୁମରେ ଥିବା ଏକ ପାଣି ମୋଟର, କିଛି କୃଷି ଯନ୍ତ୍ରପାତି,ଏକ ମୋପେଡ଼ ଗାଡି ଓ ଗୃହପାଳିତ ପଶୁଙ୍କ ପାଇଁ ସଂଗୃହିତ ଦାନା ସବୁ ପୋଡି ପାଉଁଶ ହୋଇଯାଇଛି । ଖବର ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l