କୋକସରା(ତ୍ରିଲୋକ୍ୟ ବେଶ୍ରା): ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ରାଜ୍ୟରେ ଡିଜିଟାଲ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନୂତନ ବିଜେପି ସରକାର ଶାସନକୁ ଆସିବା ପରେ ଦଳର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର କୋକସରା ମଣ୍ଡଳ ଅନ୍ତର୍ଗତ ଆଇଲି, ଲଡୁଗାଁ, ସୁନାମାଲ, ସୁପାଡ଼ ଗ୍ରାମରେ ଗୁରୁବାର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀଙ୍କ ନେତୃତ୍ୱରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରାଯାଇଛି । ବିଧାୟକ ଗାଁରୁ ଗାଁ ବୁଲି ଜନ ସାଧାରଣଙ୍କୁ ଭେଟି ମୋଦି ସରକାର ଓ ଆଗାମୀ ଦିନରେ ରାଜ୍ୟରେ ବିଜେପି ମୋହନ ସରକାର ବିକଶିତ ରାଜ୍ୟ ଗଠନରେ ଜଣେ ଜଣେ ବିଜେପିର ସଦସ୍ୟ ହୋଇ ଦଳ ପ୍ରତି ସମର୍ଥନ କରିବାକୁ ଲୋକଙ୍କ ଆସ୍ଥା ଲୋଡିଛନ୍ତି l ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ହରେକୃଷ୍ଣ ପଣ୍ଡା,ମନୋଜ କୁମାର ନାଏକ, ପଞ୍ଚାନନ ବେଶ୍ରା, ଗଣେଶ ନନ୍ଦ, ବସନ୍ତ ନାଗ, ଗୁପ୍ତେଶ୍ଵର ବାଗ, ସୁଶିଳ ପାଢ଼ୀ, ଶାରଳା ପ୍ରସାଦ ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ, ସୌମ୍ୟ ରଞ୍ଜନ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।