ସରକାରଙ୍କ ରାସନ ଚାଉଳ ପାଇବାରୁ ବଞ୍ଚିତ ବିଧବା ମାଆ ସମେତ ପାଞ୍ଚ ଜୀବନ…

ବାଲିଗୁଡା (ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ଗ୍ରାମପଞ୍ଚାୟତର ସୁକାଲଦା ଗ୍ରାମର ଜଣେ ବିଧବା ମହିଳା ସରକାରଙ୍କ ରାସନ ଚାଉଳ ଦୁଇ ବର୍ଷ ହେବ ପାଇବାରୁ ବଞ୍ଚିତ ହୋଇ ଥିବା ଅଭିଯୋଗ ହୋଇଛି ।  ଆଜି ଆମେ ପହଞ୍ଚିଥିଲୁ ବାଲିଗୁଡା ବ୍ଲକ କାର୍ୟ୍ଯଳୟରେ ପହଞ୍ଚି ଥିଲୁ l ସେଠି ଦେଖିଲୁ ଜଣେ ମହିଳା ଅତି ଦୁଃଖରେ ବସି ଥିଲେ l ସେହି ମହିଳାକୁ ଆମେ ଅସୁବିଧା ସମ୍ପର୍କରେ ପଚାରି ବୁଝି ଥିଲୁ l ଏହି ସମୟରେ ତାଙ୍କ ସହ ଆସିଥିବା ଜଣେ ପୂର୍ବତନ ସମିତି ସଭ୍ୟ ଆମକୁ ସେହି ବିଧବା ମହିଳାଙ୍କ ସମସ୍ୟା ବିଷୟରେ କହିଥିଲେ । ସେ କହିଥିଲେକି ଯେ ଏହି ବିଧବା ମହିଳା ହଉଛନ୍ତି ଖମନଖୋଲ ପଞ୍ଚାୟତର ସୁକାଲଦା ଗ୍ରାମର ନିନି ମଲ୍ଲିକ। ତାଙ୍କର ପାଞ୍ଚ ଜଣ ପୁଅ ଝିଅ ଅଛନ୍ତି l ତାଙ୍କର ଛଅ ବର୍ଷ ହବ ତାଙ୍କ ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ପକା ଘର ପାଇ ନାହାନ୍ତି କି ବିଧବା ଭତା ମଧ୍ୟ୍ୟ ପାଇ ନାହାନ୍ତି ଏବଂ ବହୁତ ବଡ ଦୁଃଖର କଥାକି ଦୀର୍ଘ ଦୁଇ ବର୍ଷ ହେବ ସରକାର ଦେଉଥିବା ରାସନ ଚାଉଳ ମଧ୍ୟ୍ୟ ପାଉନାହାନ୍ତି । ଏହି ବିଷୟରେ ୱାର୍ଡ ମେମ୍ବରଙ୍କ ଆରମ୍ବ କରି ବ୍ଲକ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଜଣେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନ ଥିବା କହିଛନ୍ତି । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବୀ ହୋଇଛି l