ଅକ୍ଟୋବର ୧୯ ରେ ପ୍ରଭୁ ବୁଢ଼ାରଜା ଙ୍କ ଦଶରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ଦଶରା ହେଉଛି ପ୍ରଭୁ ବୁଢ଼ାରଜାଙ୍କ ଦଶରା । ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସରିବା ପରେ  ଆଶ୍ୱିନ ମାସ ଶେଷ ଶନିବାର ଦିନ ଅଞ୍ଚଳର ଦେବୀ ଦେବତାଙ୍କ ମାମୁଁ ପ୍ରଭୁ ବୁଢ଼ାରଜାଙ୍କ ଦଶରା ପାଳନ ପରମ୍ପରା ଅନୁଯାୟୀ କରାଯାଉଛି । କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଜାତୀୟ ରାଜପଥ ୨୬ ଆମପାଣି ଘାଟି ତଳେ କେଉଁ ଆବାହନକାଳରୁ ପୂଜିତ ହେଉଛନ୍ତି ପ୍ରଭୁ ବୁଢ଼ାରଜା । ବୁଢ଼ାରଜାଙ୍କ ପ୍ରତି ରହିଛି ଜନ ମାନସର ଅଗାଢ଼ ବିଶ୍ୱାସ, ଯେ କୌଣସି ଶୁଭ କାର୍ଯ୍ୟ ସମ୍ପାଦନ ପୂର୍ବରୁ ଏହି ଅଞ୍ଚଳର ଲୋକେ ବୁଢ଼ାରଜାଙ୍କୁ ସୁମରଣା ପୂଜାର୍ଚ୍ଚନା କରି କାର୍ଯ୍ୟ ପ୍ରାରମ୍ଭ କରିଥାନ୍ତି ।
<span;>ଆସନ୍ତା ୧୯ ତାରିଖରେ ବୁଢ଼ାରଜାଙ୍କ
<span;>ଦଶରା ପର୍ଵ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ କମିଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଭୁ ବୁଢ଼ାରଜାଙ୍କ ଦଶରା ପର୍ଵରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଜିଲ୍ଲା ପୁଲିସ ପ୍ରଶାସନ, ବ୍ଲକ ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧି ଓ ମନ୍ଦିର କମିଟିର କର୍ମକର୍ତ୍ତାଙ୍କ ମିଳିତ ସହଯୋଗ ରେ ଦଶରା ପର୍ଵକୁ ଶାନ୍ତି ଶୃଙ୍ଖଳିତ ସହ ପାଳନ କରିବାକୁ କମିଟି ପକ୍ଷରୁ ପ୍ରଶାସନ ସହିତ ଆଲୋଚନା କରାଯାଇଛି । କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ ସଭାପତି ବିଘ୍ନେସ୍ବର ନାଏକ, ସମ୍ପାଦକ ନକୁଳ ବାଣୁଆ, ସହ ସମ୍ପାଦକ ସନ୍ତୋଷ ମାଝୀ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ମହିଳା ସଦସ୍ୟା ତିଲୋତ୍ତମା ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ତ୍ରିନାଥ ପ୍ରସନ୍ନ ରାୟ,ବି.ଭାସ୍କର ରାଓ, ମନୋରଞ୍ଜନ ବାଣୁଆ, କେଶବ ବେଣୁପାଣି,.ମହେଶ୍ବର ପୁଝାରି, ଅଜୟ କୁମାର ପଣ୍ଡା, ଗୋବିନ୍ଦ ନାଏକ ଓ ଅନ୍ୟ ସଦସ୍ୟ ମାନେ ବୁଢ଼ାରଜା ଦଶରା ପ୍ରସ୍ତୁତି ପାଇଁ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି ।