ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ବୁଜୁଲି ଗ୍ରାମରେ ଏକ ଆକସ୍ମିକ ଦୁର୍ଘଟଣା ଘଟି ଯାଇଛି l ମହମବତୀ ନିଆଁରେ ଏକ ଘର ପୋଡ଼ି ଯାଇ ଛାରଖାର ହୋଇ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୭ ଟା ବେଳେ ବୁଜୁଲୀ ଗ୍ରାମର ବି.ଫେର୍ଣ୍ଣାନ୍ଦ ବଳିଆର ସିଂର ସ୍ତ୍ରୀଙ୍କର ପେଟ ଅପରେସନ ହୋଇଥିବା ହେତୁ ତାଙ୍କର ଆଉ ୪ ଜଣ ସଦସ୍ୟା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିରାମାହା ଗ୍ରାମରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଘରେ ସାନ ଝିଅ କୁନ୍ତୁଳା ଓ ବାପା ବି.ଫେର୍ଣ୍ଣାନ୍ଦ ଥିଲେ । ସାନ୍ଧ୍ୟ ସମୟରେ ବାପା ନିକଟସ୍ଥ ସ୍କୁଲ୍ ଛକ ପାଖରେରେ କଥା ହେଉଥିବା ବେଳେ ହଟାତ୍ ବିଦୂତ୍ ଟ୍ରାନ୍ସ ପର୍ମ ମେସିନ ପୋଡ଼ି ଯାଇ ଲାଇଟ୍ ଚାଲିଯାଇଥିଲା । ବିଦୁତ୍ ଚାଲିଯିବାରୁ ଫେର୍ଣ୍ଣାନ୍ଦଙ୍କ ସାନ ଝିଅ ମହମବତୀ ଲଗାଇ ପାଠ ପଡ଼ିବା ପରେ ରୋଷେଇ କାମରେ ବ୍ୟସ୍ତ ଥିଲେ l ଏହି ସମୟରେ ମହମବତୀ ନିଆଁରେ ପାଖରେ ଥିବା ବହି ପତ୍ର ଜଳିଯାଇ ଥିଲା ଏବଂ ଧିରେ ଧିରେ ଆଖପାଖରେ ଥିବା ମୂଲ୍ୟ ବାନ ଜିନିଷ ପତ୍ର ରେ ନିଆଁ ଲାଗି ଘରସାରା ଜଳି ଯାଇଥିଲା । ହଠାତ୍ ନିଆଁ ଲାଗି ଥିବା ଦେଖି ଝିଅ ଜଣକ ଚିତ୍କାର କରି ପଡ଼ୋଶୀଙ୍କୁ ଡାକିଲା ବେଳକୁ ନିଆଁ ଆୟତରେ ନଥିଲା । ଚିତ୍କାର ଶୁଣି ପାଖ ପଡ଼ିଶା ଲୋକେ ଏବଂ ଗ୍ରାମ ବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ନ ଲିଭିବାରୁ ପରେ ଦାରିଙ୍ଗବାଡି ଦମକଳ କେନ୍ଦ୍ର କୁ ଫୋନ୍ କରି ଡାକିଥିଲେ । ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରେଥିବା ଲୁଗାପଟା, ବହି, ସାର୍ଟିଫିକେଟ, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍, ଟିଭି, କମ୍ପ୍ୟୁଟର ଇତ୍ୟାଦି ଇଲେକ୍ଟ୍ରୋନିକ ଓ ସୁନା, ରୂପା ସହ ନଗଦ ୫୦ ହଜାର ଟଙ୍କା ସବୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା । ଏନେଇ ଫେର୍ଣ୍ଣାନ୍ଦ ବଳିଆର ସିଂ ଗଦାପୁର ଆରଆଇଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମ ବାସୀ ଓ ସରପଞ୍ଚ ନାବନିତା କପାଟପାତ୍ର ନିବେଦନ କରିଛନ୍ତି ।