ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଶ୍ରୀ ଆକାଶ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ତିନିଟି  ବିଭାଗରେ ଯଥା ବରିଷ୍ଠ (ଉଚ୍ଚ ମାଧ୍ୟମିକ), ବରିଷ୍ଠ ଓ କନିଷ୍ଠ ପ୍ରତିଯୋଗୀ ମାନଙ୍କୁ ବିଭକ୍ତ କରାଯାଇ ବିଭିନ୍ନ ଲୋକ ନୃତ୍ୟ, ଗୀତ, କୁଇଜ୍, ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗୀତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ବାବାଜୀ ପ୍ରଧାନ, ମଦନ ମୋହନ କହଁର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମିହିର ଲାଲ ପାଣି, ବ୍ଲକର ଶିକ୍ଷା ବିଭାଗର ଆଞ୍ଚଳିକ ସମ୍ବଳ ସାଧନ ସଂଯୋଜକ ଓ ଶିକ୍ଷକ ଗଣ ଉପସ୍ଥିତ ଥିଲେ । ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀ ଓ ରମାକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଶ୍ରୀ ଜିତେନ୍ଦ୍ର ପାଣିଙ୍କ ଧନ୍ୟବାଦ ସହ ଆଜିର କାର୍ଯ୍ୟକ୍ରମ ଶେଷ କରାଗଲା ।